ସମ୍ବଲପୁର ଗସ୍ତରେ ପ୍ରଭାତୀ

 ଭୁବନେଶ୍ୱର: ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି । ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା ସମ୍ବଲପୁର ଜିଲ୍ଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟସରକାରଙ୍କ ୧ ବର୍ଷ ପୂର୍ତ୍ତି ସଫଳତା ବିଷୟରେ ଜିଲ୍ଲାର ସାମ୍ବାଦିକବୃନ୍ଦ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା  କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ମା ସମଲେଶ୍ୱରୀ ମନ୍ଦିର ମଧ୍ୟ ପରିଦର୍ଶନ କରିବେ । ଜିଲ୍ଲାର  ଏସ୍ଏଚ୍ଜିଙ୍କ ସହ  ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।