ସମ୍ବିଧାନ ହୀରକ ଜୟନ୍ତୀ ପାଇଁ ବୁଲିଲା ସଚେତନତା ରଥ
ଯାଜପୁର : ସମ୍ବିଧାନର ୭୫ତମ ରାଜ୍ୟସ୍ଥରୀୟ ହୀରକ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ମୂଳନୀବାସୀ ୟୁନାଇଟେଡ଼ ଫୋରମ ପକ୍ଷରୁ ଯାଜପୁରରେ ବୁଲାଯାଇଛି ସଚେତନତା ରଥ । ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, ରାଜ୍ୟ କମିଟି ସଭ୍ୟ ପ୍ରତାପ ଦାସ ଜିଲା ଉପସଭାପତି ସହଦେବ ଜେନା, ମୀନା ମଲ୍ଲିକ, ମିନତୀ ଜେନା, ସରସ୍ୱତୀ ମଲିକ, ସରସ୍ୱତୀ ଟୁଡୁ, ବିଭୁଦତ ମଲ୍ଲି. ପୁତଳି ମଲ୍ଲିକ, ରଶ୍ମିତା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ ସମ୍ବିଧାନ ସୁରକ୍ଷା ଓ ସଚେତନତାର ଜୟଗାନ କରାଯାଇଥିଲା । ସମ୍ବିଧାନର ସଚେତନତା କରି ସୁରକ୍ଷା ପାଇଁ ୨୬ନଭେମ୍ବରରେ ଭୁବନେଶ୍ୱର ପିଏମଜୀ ଛକରେ ହୀରକ ଜୟନ୍ତୀ ବିଶାଳ ସମାବେଶ ସଫଳ କରିବାକୁ ନିବେଦନ କରିଥିଲେ । ଧର୍ମଶାଳା, ବଡ଼ଚଣା, କୋରାଇ ଦାନଗଦୀ, ସୁକିନ୍ଦା, ବ୍ୟାସନଗର ଅଞ୍ଚଳରେ ପରିକ୍ରମା କରିଥିଲା । ବିଭିନ୍ନ ସ୍ଥାନରେ ରଥକୁ ଦୀପ ପୁଷ୍ପଦେଇ ସମ୍ବର୍ଦ୍ଧନା ଦିଆଯିବ ସହ ସମ୍ବିଧାନର ସଚେତନତା କରି ସୁରକ୍ଷା ପାଇଁ ୨୬ନଭେମ୍ବରରେ ଭୁବନେଶ୍ୱର ପିଏମଜୀ ଛକରେ ହୀରକ ଜୟନ୍ତୀ ବିଶାଳ ସମାବେଶ ସଫଳ କରିବାକୁ ନିବେଦନ କରିଥିଲେ ।