ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ : ପଞ୍ଚାୟତିରାଜ ବିଭାଗରେ ଅଭିଯୋଗ କଲେ ୱାର୍ଡସଭ୍ୟ
ଦାନଗଦୀ : ଦାନଗଦୀ ବ୍ଲକ ରାଛିପୁର ପଞ୍ଚାୟତ ସରପଞ୍ଚ ଭୀମସେନ ଦଳାଇଙ୍କ ବିରୋଧରେ ୱାର୍ଡ ସଭ୍ୟ ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ ଆଣିଛନ୍ତି । ସରପଞ୍ଚ କୌଣସି ୱାର୍ଡ ସଭ୍ୟଙ୍କୁ ନପଚାରିକି ସମସ୍ତ କାମ କରୁଛନ୍ତି ବୋଲି ଲିଖିତ ଭାବେ ଜିଲାପାଳଙ୍କ ଅଫିସରେ ଅଭିଯୋଗ କରିଛନ୍ତି । ୱାର୍ଡ ସଭ୍ୟ ମାନଙ୍କର ଅଭିଯୋଗ ସରପଞ୍ଚ ପଞ୍ଚାୟତର କୌଣସି ଉନ୍ନତି ମୂଳକ କାମ ହେଲେ ଆମ ମାନଙ୍କୁ ପଚାରୁ ନାହାନ୍ତି । ଏକଛତ୍ରବାଦ ଶାସନ କରିଲା ପରି କରୁଛନ୍ତି । କୌଣସି କାର୍ଯ୍ୟରେ ଆମ ମାନଙ୍କୁ ସାମିଲ କରୁନାହାନ୍ତି । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ପ୍ରତି ମାସରେ ହେଉଥିବା ବୈଠକରେ କୌଣସି କାର୍ଯ୍ୟ ବିଷୟରେ ଆଲୋଚନା କି ସମୀକ୍ଷା ନକରି ଖାଲି ଜୋର ଜବରଦସ୍ତ ରେଜିଷ୍ଟାରେ ଦସ୍ତଖତ ମାରିବାକୁ କହୁଛନ୍ତି । ପଞ୍ଚାୟତ ବୈଠରେ କେଉଁ ବିଭାଗରେ କେତେ ଟଙ୍କା ଆସିଛି ତାହା କେଉଁ କେଉଁ କାର୍ଯ୍ୟରେ ଲାଗିବ ତାହା ଦୃଷ୍ଟିକୁ ଆଣୁ ନାହାନ୍ତି । ପଞ୍ଚାୟତକୁ ଆସୁଥିବା ଅନୁଦାନକୁ ଅସାଧୁ ବ୍ୟକ୍ତିଙ୍କ ମାଧ୍ୟମରେ ଖର୍ଚ୍ଚ କରି ମୁନଫା କମାଉଛନ୍ତି ।
ଏବିଷୟରେ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କଲେବି ସେ ଶୁଣୁ ନାହାଁନ୍ତି । ଯାହାଦ୍ୱାରା ଉନ୍ନତି ମୂଳକ କାମରେ ବାଧା ସୃଷ୍ଟି ହେଉଛି । ଲୋକ ମାନେ ମୌଳିକ ସୁବିଧରୁ ବଞ୍ଚିତ ହେଉଛନ୍ତି । ସରପଞ୍ଚ ଦୁର୍ନୀତରେ ଲିପ୍ତ ରହୁଥିବା ୱାର୍ଡସଭ୍ୟ ଅଭିଯୋଗ କରିଛନ୍ତି । ଏସବୁ କଥାକୁ ନେଇ ୱାର୍ଡ ବୈଠକ ବର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏସବୁ ବିଷୟରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରିବା ପାଇଁ ୱାର୍ଡସଭ୍ୟ ଜିଲ୍ଲାପାଳଙ୍କ ପଞ୍ଚାୟତ ରାଜ ବିଭାଗରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଜିଲ୍ଲା ପଞ୍ଚାୟତ ଅଫିସର ଓ ଦାନଗଦୀ ବ୍ଲକ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଇବା ପରେ ଆଗାମୀ ମାସରେ କୌଣସି ବୈଠକରେ ସେମାନେ ଉପସ୍ଥିତ ରହିବେ ନାହିଁ ବୋଲି କହିଛନ୍ତି । ‘ସରପଞ୍ଚ ଭୀମସେନ ଦଳାଇଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ସେମିତି କିଛି ମନମୁଖୀ କାର୍ଯ୍ୟ ମୁଁ କରୁନାହଁ । ମୁଁ ସମସ୍ତଙ୍କ ସହମତିରେ ଓ ସହଯୋଗରେ କାମ କରୁଛି । ବୈଠକରେ କ’ଣ କେବେ କାହାର ଜୋର ଜବରଦସ୍ତ ଦସ୍ତଖତ ନେଇ ହେବ କି? ତେଣୁ ପଞ୍ଚାୟତରେ ସବୁ ଠିକ ଠାକ ଚାଲିଛି’ । ଦଖିବାକୁ ରହିଲା ଏହାକୁ ନେଇ ଆଗକୁ ରାଛିପୁର ପଞ୍ଚାୟତ ରାଜନୀତି କେଉଁ ରୂପ ନେଉଛି ।