ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡ଼ା

 ରାଜକନିକା: ରାଜକନିକା ବ୍ଲକ ବରାଡିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କ୍ରୀଡା ଉତ୍ସବକୁ ମୁଖ୍ୟଅତିଥି ବ୍ଲକ ସହ ଶିକ୍ଷା ଅଧିକାରିଣୀ ସୁମନ ମାଳା ରାଉତ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ମିଶ୍ର, ସମ୍ପାଦକ ତ୍ରିଲୋଚନ ଦାସ ଓ ସଭ୍ୟା ବିଦୁଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କ୍ରୀଡାକୁ ଉସôାହିତ କରିଥିଲେ । ୩ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦ୍ୟାପନୀ ଉସôବରେ ମୁଖ୍ୟଅତିଥି ଭାବେ ୨୯ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଅମିତା ସାହୁ, ମୁଖ୍ୟବକ୍ତା କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ ତଥା କନିକା ପୂଜ୍ୟପୂଜା ପରିଷଦ ସମ୍ପାଦକ କପିଳ ଚରଣ ମିଶ୍ର ଓ ସମ୍ମାନିତଅତିଥି ଭାବେ ପରିଚାଳନା କମିଟିର ଉପସଭାପତି ନିରଞ୍ଜନ ସେନାପତି ପ୍ରମୁଖ ଯୋଗଦେଇ ବିଦ୍ୟା ଆହରଣ ସମୟରେ କ୍ରୀଡାର ଆବଶ୍ୟକତା ସମ୍ପର୍କରେ ପିଲାଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଅତିଥିମାନେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଗୁରୁଜୀ ବିବେକାନନ୍ଦ ରାଉତରାୟଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, କ୍ରୀଡା ପ୍ରମୁଖ ମାନସ ନାୟକ କ୍ରୀଡା ବିବରଣୀ ପାଠ ଓ ଗୁରୁଜୀ ଗୟାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।