ପାରମ୍ପରିକ ଲୋକକଳା ମହୋତ୍ସବରେ, ଘୋଡ଼ା ନାଚ ସବୁଠୁ ଆଗରେ
kendrapada news
କେନ୍ଦ୍ରାପଡ଼ା – କେନ୍ଦ୍ରାପଡ଼ା ଜିଲ୍ଲାରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଚାଲୁଅଛି । ଏହି ଅବସର ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ପ୍ରକାର ଲୋକକଳାମାନ ଆୟୋଜନ କରାଯାଇଥିଲା । ବିଭିନ୍ନ ଲୋକକଳା ମଧ୍ୟରେ ଘୋଡ଼ାନାଚ ସର୍ବାଗେ ରହିଥିଲା । ଯାହା ସମସ୍ତ ବର୍ଗର ଲୋକଙ୍କର ଜନାଦୃତ ହୋଇଥଲା । ଯେଉଁ ଲୋକ କଳା ଡୁବି ଡୁବି ଯାଉଛି, ତାହାକୁ ଜନ ମାନସରେ ଉପସ୍ଥାପନ କରି ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ରେ ଏହି ଘୋଡ଼ାନାଚ ଲୋକକଳାକୁ ବଂଚାଇ ରଖିଛନ୍ତି ମା ବୁଢ଼ୀ ବିଳାଶୁଣୀ ଘୋଡ଼ାନାଚ ପାରିବାର । ଏହି ଅନୁଷ୍ଠାନ କେନ୍ଦ୍ରାପଡ଼ା ସହରର ସାନ୍ତସାହି ଛକରେ ଅବସ୍ଥିତ । ଏହି ପରିବାର ମୁଖିଆ ଅଟନ୍ତି ଗଣେଶ୍ୱର ଦଳାଇ । ଅନ୍ୟ ସହଯୋଗୀମାନେ ହେଲେ ଗୌତମ ବେହେରା, ବୁଦ୍ଧିଆ ବେହେରା, ଭଗବାନ ବେହେରା, ରତ୍ନାକର ବେହେରା, ବାବୁଲି ବେହେରା । ଏଥିରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାଗଣ ସହଯୋଗ କରିଥିଲେ ।