ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ : ୩ ଗୋଲରେ ଓଡ଼ିଶା ପୁଲିସ ବିଜୟୀ

 ଭୁବନେଶ୍ୱର  :  କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପର ପଞ୍ଚମ ଦିନରେ ମୋଟ ୭ଟି ମ୍ୟାଚ୍ ଖେଳାଯାଇଛି । ଶୁକ୍ରବାର ପ୍ରଥମ ମ୍ୟାଚ ଜାମ୍ମୁ କାଶ୍ମୀର ଓ କର୍ଣ୍ଣାଟକ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟଚ୍ରେ କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର ଦଳକୁ ୪-୨ ଗୋଲରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ ମଣିପୁର ଓ ଛତିଶଗଡ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ମଣିପୁର, ଛତିଶଗଡ ପୁଲିସ ଦଳକୁ ୮-୨ ଗୋଲରେ ହରାଇଛି । ସେହିପରି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପୁଲିସ ମଧ୍ୟରେ ତୃତୀୟ ମ୍ୟଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଝାଡଖଣ୍ଡ, ପଶ୍ଚିମବଙ୍ଗ ପୁଲିସକୁ ୩-୨ ଗୋଲରେ ହରାଇଛି । ଚତୁର୍ଥ ମ୍ୟାଚ୍ ଚଣ୍ଡିଗଡ ଓ ରାଜସ୍ଥାନ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ରାଜସ୍ଥାନ, ଚଣ୍ଡୀଗଡ ପୁଲିସକୁ  ୧୪-୦ ଗୋଲ ପରାସ୍ତ କରିଛି । ସେହିପରି ପଞ୍ଚମ ମ୍ୟାଚ୍ ମହିଳା ବିଭାଗରେ ସିଆର୍ପିଏଫ୍ ଓ ହରିୟାନା ମହିଳା ପୁଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ସିଆର୍ପିଏଫ୍, ହରିୟାନା ପୁଲିସ ଦଳକୁ ୮- ୦ ଗୋଲରେ ହରାଇଛି । ସେହିପରି ଷଷ୍ଠ  ମ୍ୟାଚ୍ ଘରୋଇ ଓଡିଶା ଓ ମହାରାଷ୍ଟ୍ର ପୁଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟଚ୍ରେ ଓଡିଶା, ମହାରାଷ୍ଟ୍ର ପୁଲିସ ଦଳକୁ ୩-୨ ଗୋଲ୍ରେ ପରାସ୍ତ କରିଛି । ସପ୍ତମ ମ୍ୟାଚ୍ ସିଆଇଏସ୍ଏଫ୍ ଓ ହରିୟାନା ପୁଲିସ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ସିଆଇଏସ୍ଏଫ୍, ହରିୟାନା ପୁଲିସ ଦଳକୁ ୧୨-୦ ଗୋଲରେ ପରାସ୍ତ କରିଛି । ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ରବି ନାରାୟଣ ନାୟକ, ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ୟାମିନୀ ଷଡଙ୍ଗୀ, ଆରକ୍ଷୀ ମହାନିଦେ୍ର୍ଦଶକ ସୁଶାନ୍ତ କୁମାର ନାଥ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ, ଡିଆଇଜି (ଏସ୍ଆଇଡବ୍ଲୁ୍ୟ) ଡା କନୱର ବିଶାଲ ସିଂ, ଏସପି (କଟକ) ପ୍ରତୀକ ସିଂ ପ୍ରମୁଖ ବିଭିନ୍ନ ମ୍ୟାଚ୍ଗୁଡିକରେ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉସôାହିତ କରିଥିଲେ ।