ସାଂସ୍କୃତିକ ପରିଷଦର ବାର୍ଷିକ ସମ୍ମିଳନୀ
ଦାନଗଦୀ : ମହାବିଷୁବ ସଂକ୍ରାନ୍ତି ସାଂସ୍କୃତିକ ପରିଷଦ ଖରଡ଼ିର ନବମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପରିଷଦର ପ୍ରତିଷ୍ଠାତା ଭଜନକବି ସନାତନ ଗେଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ରବିନାରାୟଣ ଶତପଥି, ଚାରଣଗୋଷ୍ଠୀ ପୁରୀର ସେବାଦଳର ମୁଖ୍ୟ ଗଣେଶ୍ୱର ବେହେରା ଯୋଗଦାନ କରିଥିଲେ । ଏହି ଅବସରରେ ସାମ୍ବାଦିକ ଶ୍ରୀକାନ୍ତ ମହାପାତ୍ର, ପ୍ରବଚକ ଇଂଜିନିୟର ଦେବବ୍ରତ ସିଂ, ଗାୟକ କାଳନ୍ଦୀ ଚରଣ ଦାସ, ସମାଜସେବୀ ତପନ କୁମାର ବାରିକଙ୍କୁ ସମ୍ବର୍ଦ୍ଧିିତ କରାଯାଇଥିଲା । ଖରଡି ଭାଗବତ ଟୁଙ୍ଗିରେ ଭାଗବତ ପାଠ କରାଯାଇଥିଲା । ଭଜନ କବି ସନାତନ ଗେଡିଙ୍କ ଲିଖିତ "ଭାବ ପୁଷ୍ପାଞ୍ଜଳି’ପୁସ୍ତକଟି ଉନ୍ମୋଚିତ ହୋଇଥିଲା ।ମଦନ ମୋହନ ପ୍ରଧାନ, ସୁଦର୍ଶନ ମହାନ୍ତି, ନରହରି ବଟ, ସୁରେନ୍ଦ୍ର କୁମାର ବେହେରା, ନିମାଇଁ ଚରଣ ଜେନା, ନଳିନୀ ପଣ୍ଡା, ମାତାଜୀ ଗେଡି, ଉଷା ଦାସ, ଶଶୀଲତା ପ୍ରଧାନ ଭାଗବତ ଟୁଙ୍ଗିର ସଦସ୍ୟ ଉପସ୍ଥିତ ଥିଲେ ।