ସାଇକେଲ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ
ଭଦ୍ରକ :ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ନେହେରୁ ଷ୍ଟାଡିୟମ ଠାରେ ମଇ ୧ ତାରିଖ ଦିନ ଉଦଘାଟିତ ହୋଇଥିବା ଜିଲ୍ଲା ସ୍ତରୀୟ ସାଇକେଲ ପ୍ରଶିକ୍ଷଣ ଶିବିର ରବିବାର ପୂର୍ବାହ୍ଣରେ ଉଦଯାପିତ ହୋଇଛି । ଓଡିଶା ସାଇକ୍ଲିଂ ଆସୋସିଏସନ୍ ସହଯୋଗରେ ଆୟୋଜିତ ଏହି ଶିବିରରେ ୫୦ ଜଣ ବାଳକ ବାଳିକା ଯୋଗ ଦେଇ ପ୍ରଭାବୀ ଢଙ୍ଗରେ ସାଇକେଲ ଚାଳନା ପାଇଁ ଆବଶ୍ୟକୀୟ କୌଶଳ ଆହରଣ କରିଥିଲେ । ଉଦଯାପନ ଉସôବରେ ଓଡିଶା ସାଇକ୍ଲିଂ ଆସୋସିଏସନ୍ ର ସାଧାରଣ ସମ୍ପାଦକ ପ୍ରସନ୍ନ ରାଉତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଇକେଲ କ୍ରୀଡ଼ାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଏ କ୍ଷେତ୍ରରେ ଅଦ୍ଭୂତପୂର୍ବ ପ୍ରଗତି ପରିଲକ୍ଷିତ ହେଉଛି ବୋଲି ମନ୍ତବ୍ୟ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଏ କ୍ରୀଡ଼ାର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଅନ୍ୟତମ ଅତିଥି ରୂପେ ଭଦ୍ରକର ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ମହାନ୍ତି ଏହି ଉସôବରେ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଧୀରେନ୍ ପଲାଇଙ୍କ ତତ୍ତ୍ୱାବଧାନରେ ଏହି ଶିବିର ସଫଳତାର ଆୟୋଜିତ ହୋଇଥିଲା । ସାଇକେଲ ବିଭାଗ ସମ୍ପାଦକ ସଂଗ୍ରାମୀ ଦେବୀଦତ୍ତ ନାୟକଙ୍କ ନେତୃତ୍ୱରେ ଗଠିତ ଆୟୋଜନ ସମିତିର ସଦସ୍ୟ ରୂପେ ନବନୀତା ନାୟକ, ସୁବାଷ ଗୋଚ୍ଛାୟତ, ସୂର୍ଯ୍ୟକାନ୍ତ ରାଉଳ ସହଯୋଗ କରିଥିଲେ । ହ୍ୟାପ୍ପି ହୋମ୍ ସ୍କୁଲର କ୍ରୀଡା ଅଧ୍ୟାପକ ରବିନାରାୟଣ ଓଝା ସଂଯୋଜନା ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଅସହ୍ୟ ଆଦ୍ରତା ସତ୍ତ୍ୱେ ସାଇକେଲ କ୍ରୀଡା ପ୍ରତି ଶିବିରାର୍ଥୀଙ୍କ ଆଗ୍ରହ ଓ ଉସôାହ ସମସ୍ତଙ୍କୁ ପ୍ରଭାବିତ କରିଥିଲା ।