ବେଆଇନ ଅଲଟ୍ରାସାଉଣ୍ଡ ସିଲ୍ ଘଟଣା : ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଉପୁଜୁଛି ସନେ୍ଦହ
ବ୍ୟାସନଗର : ବ୍ୟାସନଗର ପୌରାଞ୍ଚଳ କହ୍ନେଇପୁରର ଇଷା ଡାଇଗ୍ନୋଷ୍ଟିକ ଓ ହେଲ୍ଥ କେୟାର ସେଣ୍ଟରରେ ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରାଯାଉଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ସିଲ୍ କରି ଦିଆଯାଇଥିଲା । ସଂପୃକ୍ତ ଡାଇଗ୍ନୋଷ୍ଟିକ ଚଲାଇବାର ବିଭାଗୀୟ ଅନୁମତି ନ ଥିବା ବେଳେ, ଲିଙ୍ଗ ନିରୂପଣ କରାଯାଉଥିବାରୁ ଚଢାଉକାରୀ ଟିମ୍ ୭ଘଣ୍ଟାଧରି ଖୋଳତାଡ଼ କରିବା ପରେ ସିଲ୍ କରିବା ଭଳି କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଘଟଣାଟି ଗଲା ୪ତାରିଖରେ ଘଟିଥିଲା । ଚଢାଉକାରୀ ଟିମ୍ ତଦନ୍ତ ବେଳେ ଯାହା ଦେଖିଥିଲେ ଏବଂ ପ୍ରମାଣ ପ୍ରାପ୍ତ କରିଥିଲେ ସେହି ଆଧାରରେ ଜିଲ୍ଲାପାଳ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏପରିକି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଚଢାଉରେ ସାମିଲ ଜଣେ ଅଧିକାରୀ ଆଜିବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସାଧାରଣରେ ସନେ୍ଦହ ପ୍ରକାଶ ପାଇଛି । ସଂପୃକ୍ତ ଡ଼ାକ୍ତର ଏକଥା କହିବୁଲି ମୋର କିଛି ହେବ ନି ଦିନ ୧୫ଟା ପରେ ପୁଣି ଡ଼ାଇଗ୍ନୋଷ୍ଟିକ ଖୋଲିବ ବୋଲି ପାଖ ଲୋକଙ୍କ ନିକଟରେ କହିଚାଲିଛନ୍ତି । ଡ. ଜଣଙ୍କ ବିରୁଦ୍ଧରେ ଗୋଟେ ପଟେ ଅଭିଯୋଗ ଥିବା ବେଳେ, ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ତାଙ୍କୁ କେନ୍ଦୁଝର ଜିଲ୍ଲାରୁ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ମେଡ଼ିକାଲକୁ ଆଣି ପୁରସ୍କୃତ କରିଛନ୍ତି । ଏହି କାରଣରୁ ତାଙ୍କର କିଛି ହେବନି ଯାହା କହୁଛନ୍ତି, ସେଥିରେ ସତ୍ୟତା ଥିବା ବ୍ୟାସନଗରବାସୀ ବିଶ୍ୱାସ କରୁଛନ୍ତି । ଯଦି ଏହା ସତ ହୋଇଥାଏ, ତେବେ ବିଭିନ୍ନ ସମୟରେ ଲିଙ୍ଗ ନିରୂପଣକୁ ରୋକିବା ଦିଗରେ ହେଉଥିବା ଜିଲ୍ଲାସ୍ତରୀୟ ପିସିପିଏନ୍ଡିଡି ବୈଠକ କେବଳ ଔପଚାରିକତା ବୋଲି କୁହାଯାଉଛି । ଯାଜପୁର ଜିଲ୍ଲାରେ ପୁଅଙ୍କ ଠାରୁ ଝିଅଙ୍କ ସଂଖ୍ୟା ୧୦ପ୍ରତିଶତ କମ୍ ରହିଛି । ଅପ୍ରେଲ ମାସ ୧୬ ତାରିଖରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲାସ୍ତରୀୟ ପିସିପିଏନ୍ଡିଟି ପରାମର୍ଶ ଦାତା କମିଟି ବୈଠକରେ ଉପସ୍ଥାପିତ ତଥ୍ୟ ହିଁ ଏହା କହୁଛି । ଯେଉଁ ବୈଠକରେ ଝିଅ ସଂଖ୍ୟା ପୁଅଙ୍କ ଠାରୁ କମ୍ ବୋଲି ସୂଚନା ରଖାଯାଇଥିଲା ସେଥିରେ କୋରେଇ ରହିଥିଲା । ଯାହାକୁ ନେଇ ଜିଲାପାଳ ଉଦ୍ବେଗ ପ୍ରକାଶ କରିବା ସହ ଲିଙ୍ଗ ନିରୂପଣକୁ କିଭଳି ରୋକାଯାଇ ପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଏହା ସହ ସ୍ୱାସ୍ଥ୍ୟବିଭାଗ ତରଫରୁ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକୁ ନିୟମିତ ତନଖି କରିବାକୁ ନିଦେ୍ର୍ଦଶ ଦେଇଥିଲେ ଜିଲ୍ଲାପାଳ । କୁହାଯାଇପାରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଇଷା ଡ଼ାଇଗ୍ନୋଷ୍ଟିକ୍ରେ ଚଢ଼ଉ ହୋଇଥିଲା କିନ୍ତୁ ତାହା ଶହେ ପ୍ରତିଶତ ସତ ବୋଲି ବିଶ୍ୱାସ କରାଯାଇପାରିବନି । କାରଣ ଇଷା ଡ଼ାଇଗ୍ନୋଷ୍ଟିକ୍ରେ ନିୟମିତ ଲିଙ୍ଗ ନିରୂପଣ କରାଯାଉଥିବା ଭଳି ଅଭିଯୋଗ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ ହେବା ପରେ ଯାଇ ରାଜ୍ୟ ଏବଂ ଜିଲ୍ଲା ଅଧିକାରୀ ମିଳିତ ଭାବେ ଚଢ଼ଉ କରିଥିଲେ । ଏହାକୁ ଜିଲ୍ଲା ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପାଳ ଗ୍ରହଣ କରିବେ କି ନାହିଁ ତାହା ଭିନ୍ନକଥା ହେଲେ ଡ଼ାଇଗ୍ନୋଷ୍ଟିକରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତର ଯେଭଳି ଭାବେ ଖୁଲମଖୁଲା କିଛି ହେବନି ବୋଲି ପାଖ ଲୋକଙ୍କୁ କହିଚାଲିଛନ୍ତି । ତାହା ହିଁ ହେବାର ଆଶଙ୍କା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇବାରେ ଲାଗିଛି । ଲୋକଙ୍କ ଅପେକ୍ଷା ଡାକ୍ତରଙ୍କ ପ୍ରଭାବରେ ବିଭାଗ ପ୍ରଭାବିତ ହେଉଛି ନାଁ ଲିଙ୍ଗ ନିରୂପଣକୁ ରୋକିବା ଦିଗରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।