ସାଗୁନଭାଡିରେ ହନୁମାନ ପୂଜା
ନୂଆପଡା: ଚଟିଆଗୁଡା ପଞ୍ଚାୟତ ଅନ୍ତର୍ଗତ ସାଗୁନଭାଡି ଗ୍ରାମରେ ଏକ ନିର୍ଦ୍ଦିଷ୍ଟ ମାସରେ ଆବାହନ କାଳରୁ ଚାଲି ଆସୁଛି ଶ୍ରୀରାମ ଦୁତ ହନୁମାନଙ୍କ ପୂଜା । ଶହେ ବର୍ଷ ପୂର୍ବେ ଭାଦ୍ରବ ମାସରେ ସାଗୁନଭାଡି ଅଞ୍ଚଳ ସାରା ଝିଣ୍ଟିକା "ପଙ୍ଗପାଳ’ କିଟର ପ୍ରାଦୁର୍ଭାବ ଏତେ ବଢି ଯାଇଥିଲା ଯେ, ଧାନ ଚାଷ, ପନିପରିବା ଚାଷ ସହିତ ଗଛର ପତ୍ରକୁ କ୍ଷଣକେ ସେହି ପଙ୍ଗପାଲ ମାନେ ଖାଇ ସମୂଲେ ଧ୍ୱଂସ କରି ଦେଉଥିଲା । ଏହି ପରିସ୍ଥିତି ଦେଖି ଅଞ୍ଚଳ ସାରା ଭାଲେଣି ପଡି ଯାଇଥିଲା । ଏହାର ନିରାକରଣ ପାଇଁ ଚଟିଆଗୁଡା ଓ ସାଗୁନଭାଡି ଗ୍ରାମର ବୟୋଯ୍ୟେଷ୍ଠମାନେ ଏକ ବୈଠକ ଅନୁଷ୍ଠିତ କରିଥିଲେ । ସେଥିରେ ହନୁମାନଙ୍କ ପୂଜାକଲେ ଏହି ସମସ୍ୟା ଦୁର ହେବ । ସେହି ମାସଟି ଭାଦ୍ରବ ଶୁକ୍ଳପକ୍ଷ ଥିଲା । ସମସ୍ତଙ୍କ ସହଯୋଗରେ ହନୁମାନ ପୁଜା ଆୟୋଜନ କରାଗଲା । ଯାହାଫଳରେ ଝିଣ୍ଟିକା ପଙ୍ଗପାଳ ଅଞ୍ଚଳ ଛାଡି କୁଆଡେ ଚାଲିଗଲେ । ସେହି ଦିନଠୁ ଅତି ବିଶ୍ୱାସର ସହିତ ଭାଦ୍ରବ ଶୁକ୍ଳପକ୍ଷର ମଙ୍ଗଳ ବାର କିମ୍ବା ଶନିବାର ଦିନ ସାଗୁନଭାଡି ଗ୍ରାମରେ ହନୁମାନ ପୂଜା ଚାଲିଆସୁଛି । ଏହି ପୂଜାରେ ବୃନ୍ଦାବନ ପାତ୍ର କର୍ତ୍ତାର ଦାଇତ୍ୱ ତୁଳାଇ ଥିବାବେଳେ, ମନ୍ଦିର ପୂଜକ ସୁଶିଲ ଚନ୍ଦ୍ର ହୋତା ପୂଜାକାର୍ଯ୍ୟ ତୁଳାଇଥିଲେ । ପୂଜାରେ ଅରବିନ୍ଦ ହୋତା, କମଳୁ ମଶ୍ରା, ସତ୍ୟାନନ୍ଦ ପାତ୍ର, କନ୍ଦର୍ପ ନିଆଳ, ରୁପସିଂହ ମଶ୍ରା, ଚନ୍ଦ୍ରଭାନୁ ମାଝି, ଦୁର୍ଗ ପ୍ରସାଦ ହୋତା, ଦିନବନ୍ଧୁ ହଂସ, ଚେରୁ ହଂସ, ହିମାଂଶୁ ବାଗ ପ୍ରମୁଖ ଉପସ୍ଥିତଥିଲେ ।