ହେଲପିଙ୍ଗ ହାଣ୍ଡସ ପକ୍ଷରୁ ରକ୍ତଦାନ ଶିବିର

ରସୁଲପୁର: ଚଳିତ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ ରଖି ସ୍ୱେଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହାଣ୍ଡସ ତରଫରୁ ଜିଲାର ବିଭିନ୍ନ ସ୍ଥାନରେ ନିୟମିତ ଭାବେ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ପ୍ରଚଣ୍ଡ ଖରା ଯୋଗୁଁ ବର୍ତ୍ତମାନ ପରିସ୍ଥିତିରେ ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ଦେଖା ଦେଇଛି । ଏହାକୁ ଲକ୍ଷ୍ୟ ରଖି ଯାଜପୁର ମୁଖ୍ୟ ଚିକିତ୍ସା ଅଧିକାରୀ ବିଗତ ବର୍ଷ ମାନଙ୍କରେ ରକ୍ତଦାନ ଶିବିର ଆୟୋଜନ କ୍ଷେତ୍ରରେ ହେଲପିଙ୍ଗ ହାଣ୍ଡସ ସମେତ କେତେକ ଅଗ୍ରଣୀ ଅନୁଷ୍ଠାନଙ୍କୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଅନୁରୋଧ କରିଥିଲେ । ଏହି କ୍ରମରେ ଆଜି ହେଲପିଙ୍ଗ ହାଣ୍ଡସ ତରଫରୁ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଶିବିରକୁ ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ହିମାଂଶୁ କୁମାର ଉଦଘାଟନ କରିଥିଲେ । ଅତିଥି ଭାବେ ସମାଜସେବୀ ବସନ୍ତ ନାୟକ, ଫାର୍ମାସିଷ୍ଟ ଅମରେଶ ଦାଶ, ବ୍ଲଡ଼ ବ୍ୟାଙ୍କ ଅଧିକାରୀ ପାର୍ଥସାରଥୀ ପୁହାଣ ଏବଂ ଡାକ୍ତର ଖାନାର ସମସ୍ତ କର୍ମଚାରୀ ସମେତ ହେଲପିଙ୍ଗ ହାଣ୍ଡସର ଶତାଧିକ ସଦସ୍ୟ ଯୋଗଦାନ କରିଥିଲେ । ଜିଲାରେ ରକ୍ତଦାନ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ବ୍ଲଡ଼ କିଙ୍ଗ ଭାବେ ପରିଚିତ ଗଣେଶ ସାହୁ, ହେଲପିଙ୍ଗ ହାଣ୍ଡସର ରକ୍ତ ବିଭାଗର ସଚିବ ଉମେଶ ସାହୁ ଏବଂ ଅନୁଷ୍ଠାନର ୫୭ଥର ରକ୍ତଦାନ କରିଥିବା ରକ୍ତବୀର ଗୋପାଳ ସାମଲଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ଗତ ମାର୍ଚ୍ଚ ୪ତାରିଖରେ ମଧ୍ୟ ରକ୍ତ ସଙ୍କଟକୁ ଲକ୍ଷ୍ୟ ରଖି ଅନୁଷ୍ଠାନର ମୁଗପାଳ କାର୍ଯ୍ୟାଳୟରେ ମଧ୍ୟ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଶାନ୍ତ ଷଡ଼ଙ୍ଗୀ, ଅଭିମନୁ୍ୟ ନାୟକ, ଉମେଶ ସାହୁ, ଚିନ୍ମୟୀ ମହାନ୍ତି, ପ୍ରତିଭା ନାୟକ, ଜ୍ଞାନପ୍ରଭା ସାମଲ, ସଂଗୀତା ସାହୁ, ଶୁଭଲକ୍ଷ୍ମୀ ଦାସ, ମମତା ସାହୁ, ଶୁଭଶ୍ରୀ ଦାସ,ସ୍ୱର୍ଣଲକ୍ଷ୍ମୀ ଷଡ଼ଙ୍ଗୀ, ସାମଲ, ବିଦ୍ୟାଭୂଷଣ କର, ଶୁଭମ ସାହୁ, ଜିତେନ୍ଦ୍ର ସେଠି, ଦୀପକ ଜେନା, ନିଖିଳ ମିଶ୍ର, ସନ୍ତୋଷ ଦାସ, ତୋଫାନ ନାଥ, ରୁଦ୍ର ନାରାୟଣ ପରିଡା, ଇନ୍ଦ୍ରଜିତ ସ୍ୱାଇଁ, ଗୋପାଳ ସେନାପତି, ସୁଶାନ୍ତ ସେନାପତି, ସନ୍ତୋଷ ସାହୁ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।