ଆସିଲା ସୁଭଦ୍ରା ଦ୍ୱିତୀୟ କିସ୍ତି

 ପୁରୀ  : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ପୂର୍ବାହ୍ନରେ ତାଳବଣିଆ ଜିଲ୍ଳା ପଡ଼ିଆ ଠାରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉସôବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରୀ ଲୋକସଭା ସାଂସଦ ଡ଼ା. ସମ୍ବିତ ପାତ୍ର ମହିଳା ଦିବସରେ ସମସ୍ତ ମା’ ମାନଙ୍କୁ ପ୍ରଣାମ ଓ ଶୁଭେଚ୍ଛା ଜଣାଇଥିଲେ । ସମଗ୍ର ପୃଥିବୀରେ ମା’ର ବିକଳ୍ପ ନାହିଁ । ମା ଶୃଙ୍ଖଳା, ଆଦର୍ଶ ଓ ସଞ୍ଚୟ ପ୍ରକ୍ରିୟା ଶିକ୍ଷା ଦିଏ । ମାର ତ୍ୟାଗ ଓ ସଂଘର୍ଷର ଶେଷ ନଥାଏ । ନିଜ ମା’ଙ୍କ ସଂଘର୍ଷକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ମାମାନଙ୍କ କଷ୍ଟ ଲାଘବ ଓ ଆର୍ଥିକ ସ୍ୱାବଲମ୍ବୀ ପାଇଁ ଅନେକ ଯୋଜନା କରିଛନ୍ତି ବୋଲି ସେ କହିଥିଲେ । ରାଜ୍ୟ ପାଇଁ ସୁଭଦ୍ରା ଯୋଜନା ଏକ ଯୁଗାନ୍ତକାରୀ ଯୋଯଜନା । ମାମାନେ ନିଜକୁ ପ୍ରତିଷ୍ଠା ଓ ପ୍ରତିପାଦିତ ପାଇଁ ସୁଭଦ୍ରା ଏକ ଶ୍ରେଷ୍ଠ ମାଧ୍ୟମ । ସୁଭଦ୍ରା ଏବେ ଛୋଟ ଚାରାଟିଏ । ତାକୁ ମାମାନେ ପାଶି ଦେଇ ଯତ୍ନ କରି ଏକ କଳ୍ପ ବୃକ୍ଷରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ସ୍ୱଳ୍ପ ସଞ୍ଚୟ ବଡ଼ ହେବାରେ ସାହାଯ୍ୟ କରେ  । ଏହା ପିଲାଦିନୁ ମା’ମାନେ ଆମକୁ ଶିଖାଇଥାଆନ୍ତି । ମହିଳା ଦିବସରେ ସମସ୍ତ ମାଆମାନଙ୍କୁ ସୁରକ୍ଷା ସମ୍ମାନ ଦେବା ଆମ ସମସ୍ତଙ୍କ ସଂକଳ୍ପ ହେବା ଉଚିତ ବୋଲି ସେ କହିବା ସହ ସୁଭଦ୍ରା ଅର୍ଥର ସଫଳ ବିନିଯୋଗ କରି ଆର୍ଥିକ ସମୃଦ୍ଧିରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ୱାଗତ କରିବା ସହ ସୁଭଦ୍ରା ଯୋଜନା ଅର୍ଥର ସଫଳ ବିନିଯୋଗ ପାଇଁ ଅନୁରୋଧ କରିଥିଲେ । ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସୁଭଦ୍ରା ଯୋଜନାରେ ଜିଲ୍ଳାର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ବରଂପୁରରୁ ଅନ୍ଲାଇନ୍ ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା । ଜିଲ୍ଳାର ୪୧୩୫୭୫ ଜଣଙ୍କୁ ଦ୍ୱିତୀୟ କିସ୍ତିର ଅର୍ଥ ଅନ୍ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ୩୦୦୦ରୁ ଉଦ୍ଧ୍ୱର୍ ମା’ମାନେ ଉପସ୍ଥିତ ଥିଲେ ।