ସାପ କାମୁଡାରେ ୪ ଶିଶୁ ମୃତ

ନୂଆପଡା: ନୂଆପଡ଼ା ବୋାଡ଼ନ ବ୍ଲକ୍ ବକଲିଖୁଣ୍ଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର  ନରସିଂହ ମାଝୀ ଓ ଗିନତି ମାଝୀଙ୍କ ୪ବର୍ଷ ୬ ମାସର ଶିଶୁ ଦେବାଶିଷ ମାଝୀଙ୍କର ବିଷାକ୍ତ ସାପ କାମୁଡାରେ ମୃତୁ୍ୟ ଘଟିଛି । ମା’ ଗିନତି ମାଝୀଙ୍କ ସହ ଶିଶୁଟି ରାତିରେ ତଳେ ଶୋଇଥିବାବେଳେ ବିଷାକ୍ତ କଲେଜ ନାମକ ସାପ କାମୁଡା ଥିଲା । ସଙ୍ଗେ ସଙ୍ଗେ ଶିଶୁକୁ ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିସôା ପାଇଁ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୋର ୪ ଘଣ୍ଟା ସମୟର ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡ଼ାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ତେବେ ଶିଶୁଟିର ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।