ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଖାଲ
ଗୋଲାମୁଣ୍ଡା : କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ଗମନାଗମନର ସୁବିଧା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପକ୍କା ରାସ୍ତା ତିଆରି କରୁଥିବାବେଳେ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତାରେ ଆଣ୍ଡୁଏ ଆଣ୍ଡୁଏ ଖାଲ ସୃଷ୍ଟି ମରଣଯନ୍ତା ପାଲଟିଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାଗୁଡିକ ନଷ୍ଟ ହୋଇ ଯାଉଥିବାବେଳେ ଲୋକେ ଯାତାୟାତ ପାଇଁ ନାହିଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରୁ ମହେନ୍ଦ୍ରପୁର ରାସ୍ତାରେ । ଗତ ୨୦୧୯ ମସିହା ଡିସେମ୍ବର ମାସ ୭ ତାରିଖ ଦିନ ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯାଜନାରେ ୧୧୮.୫୨ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟ ସମାପନ ହୋଇଥିଲା । କାର୍ଯ୍ୟ ସମପାନ ଦିନଠାରୁ ଗତ ବର୍ଷ ୨୦୨୪ ମସିହା ଡିସେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମୟ ରହିଥିଲା ଓ ଏଥିପାଇଁ ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନ ପକ୍ଷରୁ ୧୭.୫୬ଲକ୍ଷ ଅଟକଳ ରଖାଯାଇଥିଲା । କିନ୍ତୁ ଏହି ରାସ୍ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇନଥିବାରୁ ରାସ୍ତାର ଅନେକ ଜାଗାରେ ଆଣ୍ଡୁଏ ଆଣ୍ଡୁଏ ଖାଲ ହୋଇଥିବାବେଳେ ବର୍ତ୍ତମାନ ବର୍ଷା ଦିନରେ ପାଣି ଭର୍ତ୍ତି ହୋଇ ରହୁଥିବାରୁ ସାଧାରଣ ଜନତାଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ରାସ୍ତା ଉପରେ ଅଞ୍ଚଳର ହଜାର ହଜାର ଲୋକେ ନିର୍ଭର କରୁଥିବାବେଳେ ଦୈ÷ନିକ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମଧ୍ୟ ଯିବା ଆସିବା କରିଥିାନ୍ତି । ଗତବର୍ଷ ଏହି ରାସ୍ତାର ରକ୍ଷଣାବେକ୍ଷଣ ବାବଦକୁ ରାସ୍ତା ଉପର ଗର୍ତ୍ତ ଓ ଫାଟ ମରାମତି, ରାସ୍ତା ସୋଲଡର ମରାମତି, ବର୍ଷା ପାଣି କଟାଧାର ମରାମତି କାର୍ଯ୍ୟ କରାଯାଇନଥିବାରୁ ଧିରେ ଧିରେ ଉକ୍ତ ଖାଲ ଗୁଡିକ ବଡ ବଡ ଗର୍ତ୍ତ ହୋଇଛି । ଫଳରେ ଯିବା ଆସିବା ପାଇଁ ପଥଚାରୀମାନେ ନାହିଁ ନଥିବାର ଅସୁବିଧା ହେଉଛି । ଏଣୁ ଯୁଦ୍ଧକାଳିନ ଭିତ୍ତିରେ ସଂପୃକ୍ତ ବିଭାଗ ପକ୍ଷରୁ ଏହି ରାସ୍ତର ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନଚେତ୍ ଆନେ୍ଦାଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ।