ସାରସ୍ୱତ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବ
ଧର୍ମଶାଳା: ଚିନ୍ମୟ ଚେତନା ନୀଳକଣ୍ଠପୁର ପକ୍ଷରୁ ସାରସ୍ୱତ ସମ୍ବର୍ଦ୍ଧନା ସମାବେଶ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିଶୁ ସାହିତି୍ୟକ ଡ. ରାଜକିଶୋର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ କଥାଶିଳ୍ପୀ ତଥା କବି ପବିତ୍ର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ପ୍ରବଚକ କାମଦେବ ଶତପଥୀ, କବି ତଥା ଅନୁବାଦକ ବିଦୁ୍ୟତଲତା ଦାସ, ପ୍ରାବନ୍ଧିକ ବାମଦେବ ପାଢ଼ୀ ଯୋଗଦେଇ ସମାଜ, ସଂପର୍କ ଓ ସ୍ୱାଧୀନତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଚିନ୍ମୟ ଚେତନା ପୁସ୍ତକକୁ ଅତିଥି ଉନ୍ମୋଚନ କରିଥିଲେ । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ ସଂଯୋଜନା କରିଥିଲେ । ବିଶିଷ୍ଟ ଲେଖକ ପବିତ୍ର ପାଣିଗ୍ରାହୀ, କବି ବିଦୁ୍ୟତଲତା ଦାସ, ଡାକ୍ତର ନିର୍ମଳ ଚନ୍ଦ୍ର ରଥ, ଡ଼କ୍ଟର ପ୍ରୀତିସ୍ନିଗ୍ଧା ସେଠୀ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ୩୮ଜଣ ସ୍ୱେଚ୍ଛାସେବୀଙ୍କୁ ଅନୁଷ୍ଠାନର ମୁଖ୍ୟ ଅବସରପ୍ରାପ୍ତ ଅଧ୍ୟକ୍ଷ ବେଣୁଧର ଶରଣ ସମ୍ବର୍ଦ୍ଧିତ କରିଥିଲେ । ଅବସରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବିଜୟ ଶତପଥୀ, ଗୋକର୍ଣିକା ସମ୍ପାଦକ ରମାକାନ୍ତ ଜେନା, ଇନରହୁଇଲ କ୍ଲବ୍ ପୂର୍ବତନ ସଭାନେତ୍ରୀ ମାଧୁରୀ ଶତପଥୀ, ସମାଜସେବୀ କାହ୍ନୁଚରଣ ଦାଶ, କଥାକାର ଅର୍ଜ୍ଜୁନ ପୃଷ୍ଟି, କବି ବିଜୟ କୁମାର ଦେବତା, ଡ଼କ୍ଟର ପ୍ରଶାନ୍ତ ସ୍ୱାଇଁ, କବି ସୁଚିତ୍ରା ପାଣିଗ୍ରାହୀ ଅବସରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ସେନା ଅଧିକାରୀ ଧରଣୀଧର ଦାଶ ଓ ଅଧ୍ୟାପକ ପ୍ରଶାନ୍ତ ସାହୁ ପ୍ରମୁଖ ଚିନ୍ମୟ ଚେତନା ଅନୁଷ୍ଠାନ ଉପରେ ଆଲୋକପାତ କରିଥିଲେ । କର୍ମକର୍ତା ଜଗବନ୍ଧୁ ଶତପଥୀ ଅତିଥି ସ୍ୱାଗତ ଭାଷଣ, ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ଶରଣ ଧନ୍ୟବାଦ ଅର୍ପଣ କରିଥିଲେ