ଗୃହ ନିର୍ମାଣ ପାଇଁ ଶୁଭ ଦେଲା ମାମା
ାା ପ୍ରଭାନୁ୍ୟଜ ।ା ଯଖପୁରା: ‘ଜରି ପାଲ ତଳେ ମାମା,କାନ୍ଧରେ ପାଞ୍ଚ ଭାଇ ଭଉଣୀଙ୍କ ବୋଝ’ ଶୀର୍ଷକ ଖବର ସୂର୍ଯ୍ୟପ୍ରଭା ଲେଖିଲା ପରେ ମାମା ଆଡ଼କୁ ଆମ ଆଶ୍ରମ ଭଳି ମାନବୀୟ ସଂସ୍ଥା ସହଯୋଗ ର ହାତ ବଢାଇଛନ୍ତି । ଶିଳ୍ପାଞ୍ଚଳର ଅନେକ କମ୍ପାନୀ ନିଜ ନିଜର ବ୍ୟବସାୟ ମେଲାଇଥିବା ବେଳେ କାହାରିକୁ ମାମା’ର ଦୁଃଖ ଦେଖାଗଲା ନାହିଁ । ଠିକ୍ ଏତିକି ବେଳେ ସୂର୍ଯ୍ୟପ୍ରଭା ଆଲେଖ୍ୟରୁ ଜାଣିବାକୁ ପାଇଲା ପରେ ଧର୍ମଶାଳା ଅଞ୍ଚଳର ତଳଗଡ ବଳରାମପୁର ରେ ଥିବା ଆମ ଆଶ୍ରମ ମାମା ଓ ତାର ଭାଇ ଭଉଣୀଙ୍କ ଦାଇତ୍ୱ ବହନ କରିଛି । ମାମା ପାଇଁ ସବୁଠାରୁ ଅତି ଆବଶ୍ୟକ ଥିବା ଘର ଆମ ଆଶ୍ରମ ସହାୟତାରେ ଶୁଭ ଦିଆଯାଇଛି । ନିଜ ଘର ନିର୍ମାଣ ପାଇଁ ନିଜ ହାତରେ ମାମା ନଡ଼ିଆ ବାଡେଇ ଶୁଭ ଦେଇଛି । ଶୁଭ ଦେବା ସମୟରେ ଆମ ଆଶ୍ରମ ସଂସ୍ଥାର କାର୍ଯ୍ୟକର୍ତ୍ତାଙ୍କ ସହିତ ଏହାର ମୁଖ୍ୟ ମନୋଜ କୁମାର ଧୀର ଉପସ୍ଥିତ ଥିଲେ । ସେ ମାମା ଘର ନିର୍ମାଣ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଘର ନିର୍ମାଣର ସମସ୍ତ ଖର୍ଚ୍ଚ ଆମ ଆଶ୍ରମ ବହନ କରିବ ବୋଲି ସଂସ୍ଥାର ମୁଖ୍ୟ କହିଛନ୍ତି । ଘର ନିର୍ମାଣ ହେବାକୁ ଶୁଭ ପଡ଼ିଥିବାରୁ ମାମା ମୁହଁରେ ହସ ଫୁଟିଛି ସେ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ୍ ଦେଇଛି ।