ସାର୍ଟିଫିକେଟ୍ ପାଇଁ ଶହେ ଟଙ୍କା: ପ୍ରଧାନ ଶିକ୍ଷକଙ୍କ ସଫେଇ ପରେ ଝାଡ଼ିଝୁଡ଼ି ହେଲେ ସାଂସଦ
ରସୁଲପୁର: ମାଟି୍ରିକ ସାର୍ଟିଫିକେଟ ପାଇଁ ଆଦାୟ ହେଉଛି ଶହେ ଟଙ୍କା । ଆଉ ସାର୍ଟିଫିକେଟ ପିଛା ଶହେ ଟଙ୍କା ଆଦାୟ କରିବାକୁ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କହିଥିବା କଥା ପ୍ରଧାନ ଶିକ୍ଷକ କହିବା ପରେ କଥାଟି ରସୁଲପୁର ନୁହେଁ ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି । ତାଙ୍କ ନିଦେ୍ର୍ଦଶରେ ଶହେ ଟଙ୍କା ଆଦାୟ ହେଉଥିବା ପ୍ରଧାନଶିକ୍ଷକଙ୍କ ସଫେଇ ଭିଡ଼ିଓ ଭାଇରାଲ ପରେ ସାଂସଦ ଶ୍ରୀ ବେହେରା ଝାଡ଼ିଝୁଡ଼ି ହୋଇପଡ଼ିଛନ୍ତି । ଖବରଟି ଏହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡିର ବହୁ ପୁରାତନ ହିଙ୍ଗୁଳା ଗୋପାଳ ପଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ କଲେଜ୍ରେ ଆଡ଼ମିଶନ କରିବା ପାଇଁ ସାର୍ଟିଫିକେଟ ପାଇଁ ଆସୁଥିବା ବେଳେ ପ୍ରତ୍ୟେକଙ୍କ ଠାରୁ ଶହେ ଟଙ୍କା କରି ଆଦାୟ କରାଯାଉଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳଲୋଚନ ପଣ୍ଡା ଏହି ଟଙ୍କା ଆଦାୟ କରୁଥିଲେ ହେଁ କୈାଣସି ରସିଦ ପ୍ରଦାନ କରୁନଥିଲେ । ଘଟଣାଟି ପ୍ରଘଟ ହେବା ପରେ ଗୋପାଳପୁର ଗ୍ରାମର କିଛି ସଚେତନ ଯୁବକ ବିଦ୍ୟାଳୟରେ ପହଞ୍ଚô ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିଥିଲେ । କାହା ନିଦେ୍ର୍ଦଶରେ ଏଭଳି ଦୁର୍ନୀତି କରୁଛ ବୋଲି ପଚାରିବାରେ ସେ ସାଂସଦ ଶ୍ରୀ ବେହେରାଙ୍କ ନାମ ନେଇଥିଲେ । କହିଥିଲେ କି ସାଂସଦ ଶ୍ରୀ ବେହେରା ସାର୍ଟିଫିକେଟ ପିଛା ଶହେ ଟଙ୍କା କରି ରଖିବାକୁ କହିଥିବାରୁ ଆଦାୟ କରଯାଉଛି । ହେଲେ ଛାତ୍ରଛାତ୍ରୀ କି ଅଭିଭାବକ ଅବଗତ ନଥିବାବେଳେ କୌଣସି ରଦିଦ ନ ଦେଇ ଆଦାୟ କରିଚାଲିଥିଲେ । ପ୍ରଧାନ ଶିକ୍ଷକ ସାଂସଦଙ୍କ ନାଁ ନେବା ପରେ କଥାଟି ବାଟେଘାଟେ ଆଲୋଚନା ହୋଇଥିଲା ।
ତେବେ ପ୍ରଧାନ ଶିକ୍ଷକଙ୍କ ଶହେଟଙ୍କିଆ ସଫେଇ ପରେ ସାଂସଦ ନିଜ ଉପରୁ ଦୋଷ ଝାଡ଼ି କହିଥିଲେ କି ବିଦ୍ୟାଳୟରେ ଥିବା ପୁରାତନ ଛାତ୍ର ସଂଘରେ ମାଟି୍ରିକ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାମିଲ ରହିବାକୁ ଏଭଳି ଏକ ପ୍ରସ୍ତାବ ଦିିଆଯାଇଥିଲା । ହେଲେ ତାହା ବାଧ୍ୟବାଧକତା ନଥିଲା ଏବଂ ରସିଦ ଦେବାକୁ କୁହାଯାଇଥିଲା । ସାଂସଦ ଶ୍ରୀ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯାହା କହିଛନ୍ତି ଯଦି ତାହା ସତ, ତେବେ ପ୍ରଧାନ ଶିକ୍ଷକ ବିନା ରସିଦରେ ଟଙ୍କା ଆଦାୟ କରୁଥିଲେ କିପରି? । ତେବେ ଏ ନେଇ ଛାତ୍ରଛାତ୍ରୀ ଜିଲ୍ଲାପାଳ, ଜିଲ୍ଲାଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଯାହାର ତଦନ୍ତ କରାଯାଇ ସାର୍ଟିଫିକେଟ ପାଇଁ ଶହେ ଟଙ୍କା ଆଦାୟ ପଛର ରହସ୍ୟ ଉନ୍ମୋଚନ କରିବା ଆବଶ୍ୟକ ।