ସିଏମ୍ ଟ୍ରଫି: ମା' ସୁବର୍ଣ୍ଣେଶ୍ୱରୀ ଚାମ୍ପିଅନ୍
ଧାମନଗର: କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଧାମନଗର ବ୍ଲକ ଦୋବଲ ସ୍ଥିତ କାଳିପଡିଆଠାରେ ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟ୍ବଲ୍ ଚାମ୍ପିଅନସିପ୍ ଗୁରୁବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ପ୍ରତିଯୋଗିତାରେ ଫାଇନାଲ ମ୍ୟାଚ୍ ରୋଭର୍ସ କ୍ଲବ ପୁରୁଣା ବଜାର ଭଦ୍ରକ ସହିତ ମା' ସୁବର୍ଣ୍ଣେଶ୍ୱରୀ ୟୁଥ୍ କ୍ଲବ୍ ଆଗରପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଭର୍ସ କ୍ଲବକୁ ହରାଇ ଆଗରପଡାର ମା' ସୁବର୍ଣ୍ଣେଶ୍ୱରୀ ୟୁଥ କ୍ଲବ ପେନାଲ୍ଟି ସୁଟ୍ ଆଉଟ୍ ୩.୦ରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଲାଲ ରାୟ, ବିଡିଓ ବନବିହାରୀ ଦିଣ୍ଡା, ଧାମନଗର ତହସିଲଦାର ଦୀପକ କୁମାର ଦାସ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ, ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ, ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ଏନ୍ଏସି ପ୍ରତିନିଧି କୈଳାସ ମହାପାତ୍ର, ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ୍ ସଭାପତି ଉପେନ୍ଦ୍ର ବାରିକ, ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ର କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ଅତିସ ବେହେରା, ପୁଲିସ ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅପ୍ ଟିମ୍କୁ ଟ୍ରଫି ପ୍ରଦାନ କରିଥିଲେ ।