ସିନାପାଲିରେ ବର୍ତ୍ତନ ବ୍ୟାଙ୍କ ଶୁଭାରମ୍ଭ

 ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ସିନାପାଲି ଶ୍ରୀଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ନିଷେଧ ଅଭିଯାନ ମାଧ୍ୟମରେ ସିନାପାଲି ଗ୍ରାମ ପଞ୍ଚାୟତ ନେତୃତ୍ୱରେ ବର୍ତ୍ତନ ବ୍ୟାଙ୍କର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିନାପାଲି ସରପଞ୍ଚ ସୁନୀତା ମେହେର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ମଞ୍ଚାସୀନ ରହିଥିଲେ । ସମ୍ମାନିତ ଅତିଥି ଭାବରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝି, ବିଡିଓ କର୍ମୀ ଓରାମ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଳମଣି ମେହେର, ନାଗରିକ କମିଟି ସଭାପତି ଡମ୍ବରୁଧର ମେହେର, ବିଶିଷ୍ଟ ଶିକ୍ଷାବିତ ତଥା ସମାଜ ସୁଧାରକ ତୁଲସିରାମ ମେହେର ଓ ବିଷିଷ୍ଟ କଳାକାର ତଥା ସମାଜସେବୀ  ତ୍ରିନାଥ ମେହେର ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମରେ ନାରୀ ସଂଗଠନର କାର୍ଯ୍ୟକର୍ତ୍ତା ସମେତ ସିନାପାଲିର ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତେ ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ କରିବା ପାଇଁ  ଶପଥ ନେଇଥିଲେ । ବେଣୁଧର ମେହେର ମଞ୍ଚ ପରିଚାଳନା କରିଥିବାବେଳେ ସର୍ବଶେଷରେ ସିନାପାଲି ଗ୍ରାମ ପଞ୍ଚାୟତର ପିଇଓ ସୁଶାନ୍ତ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।