ନିଖୋଜ ମହିଳାଙ୍କ ଗଳିତ ଶବ ଉଦ୍ଧାର
କାକଟପୁର : କାକଟପୁର ଥାନା ଅଧିନସ୍ଥ ଲତାହରଣ ଗ୍ରାମ୍ୟ ସନ୍ନିକଟ ବାଲା ପଡିଆ ଠାରେ ଏକ ଗଳିତ ମୃତ ଦେହକୁ କାକଟପୁର ଥାନା ପୁଲିସ ଠାବ କରି ପୁରୀ ସାଇଣ୍ଟିଫିକ ଟିମ ଜରିଆରେ ଛାନଭିନ କରିଛନ୍ତି । ଖବର ନେବାରେ ଜଣାପଡିଛି ଯେ ଉକ୍ତ ମହିଳା ଜଣଙ୍କ ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ତାଳଦା କୁଳସାହିର ହାରାମଣି ବିଶ୍ୱାଳ (୭୫) ବୋଲି ତାଙ୍କ ପୁଅ କଳ୍ପତରୁ ଶବ ଚିÿହ୍ନଟ କରିବାପରେ ପ୍ରକାଶ କରିଛନ୍ତି । ପୁରୀ ସାଇଣ୍ଟିଫିକ ଅଫିସର ଆଦିତ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ଟିମ ସହିତ କାକଟପୁର ଥାନା ଆଇଆଇସି ଉମେଶ ସାହୁ, ଏସଆଇ ପ୍ରିୟଦର୍ଶିନୀ ବରାଳ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବାପରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଥିଲେ । ଏ ସଂକ୍ରାନ୍ତରେ କାକଟପୁର ଥାନା ପକ୍ଷରୁ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି । ଏଠାରେ ପ୍ରକାଶ ଥାଉକି ମୃତା ହାରାମଣୀ ମାନସିକ ବିକୃତ ଥିବାବେଳେ ସେ ୧୫ ଦିନ ହେବ ନିଖୋଜ ଥିବା ତାଙ୍କ ପୁଅ କଳ୍ପତରୁ ପ୍ରକାଶ କରିଥିଲେ ।