ସି-ସୋର ଚିଟଫଣ୍ଡ ଠକେଇ ;ବଢ଼ିଲା ରବୀନ୍ଦ୍ରଙ୍କ ଅଡୁଆ: ସିବିଆଇକୁ ତଦନ୍ତରେ ସହଯୋଗ ନିଦେ୍ର୍ଦଶ
କଟକ : ସି-ସୋର ଚିଟଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରବିନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ସାମୂହିକ ଆଶ୍ୱସ୍ତି ମିଳିଛି । ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ସାଂସଦ ଜେନାଙ୍କୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ରବିନ୍ଦ୍ର ଜେନା ହାଜର ହୋଇ ପକ୍ଷ ରଖିବାକୁ ସିବିଆଇ ନୋଟିସ କରିଛି । ଆସନ୍ତା ୧୪ ତାରିଖରେ ହାଜର ହେବାକୁ ସିବିଆଇ ପକ୍ଷରୁ ନୋଟିସ କରାଯାଇଛି । ତଦନ୍ତରେ ସହଯୋଗ କରିବାକୁ ଜେନାଙ୍କୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । କେସ ସମ୍ବନ୍ଧୀୟ ରେକର୍ଡ଼ ପତ୍ର ଯୋଗାଇ ଦେବାକୁ ରବିନ୍ଦ୍ର ଜେନା ହାଇକୋର୍ଟ ଯାଇଥିଲେ ।