‘ସୁଭଦ୍ରା’ର ୩ୟ କିସ୍ତି ପାଇବାରୁ ବଞ୍ଚôତ ଏକାଧିକ ମହିଳା
ଖଣ୍ଡପଡ଼ା : ଗତ ୯ ତାରିଖ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି । ମାତ୍ର ଖଣ୍ଡପଡ଼ା ବ୍ଲକ ଅଞ୍ଚଳର ଏକାଧିକ ମହିଳା ଏହି ଯୋଜନାରେ ତୃତୀୟ କିସ୍ତି ଟଙ୍କା ପାଇନଥିବା ଜଣାପଡିଛି । ଏହି ଲୋକହିତକର ଯୋଜନାରେ ପୂର୍ବରୁ ମହିଳାମାନେ ୨ ଟି ପାଇଥିଲେ ମଧ୍ୟ ତୃତୀୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ସୁଭଦ୍ରା ଯୋଜନାରେ ତୃତୀୟ କିସ୍ତି ଟଙ୍କା ପାଇବାରୁ ବଞ୍ଚିତ ମହିଳାମାନେ ବାଲାନ୍ସ ଚେକ୍ କରିବା ନିମନ୍ତେ ସଞ୍ଚୟ ଜମା ଖାତା ଧରି ବିଭିନ୍ନ ବ୍ୟାଙ୍କ ଓ ଜନସେବା କେନ୍ଦ୍ର ଗୁଡିକରେ ଭିଡ ଜମାଉଥିବା ପରିଲକ୍ଷିତ ହେଉଛି । ଯୋଜନାରୁ ବଞ୍ଚିତ ମହିଳାମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।