ସୁଲେଖାର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ
ାା ପ୍ରଭାନୁ୍ୟଜ୍ ।ା ପୁରୀ: ରାଷ୍ଟ୍ରବାଦର ବିକାଶ ହେବା ଦ୍ୱାରା ଆଞ୍ଚଳିକ ଭାଷା ସଙ୍କୁଚିତ ହେଉଛି । ଭାରତ ଭଳି ବିଭିନ୍ନ ଭାଷାଭାସୀ ଦେଶରେ ରାଷ୍ଟ୍ରଭାଷା ସହିତ ଆଞ୍ଚଳିକ ଭାଷାର ବିକାଶ ଓ ପ୍ରଚାର ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ । ପୁରୀରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା ସୁଲେଖାର ୪୪ତମ ବାର୍ଷିକ ଉସôô, ରାଜ୍ୟସ୍ତରୀୟ କବି-ଲେଖକ ସମ୍ମିଳନୀ, ସାରସ୍ୱତ ସମ୍ମାନ ପ୍ରଦାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ତ୍ରିପାଠୀ ଓଡ଼ିଆ ଭାଷାକୁ ଦେଶର ଅନ୍ୟତମ ପ୍ରାଚୀନ ଭାଷା ବୋଲି ଅଭିହିତ କରିବା ସହ ଏହାର ସୁରକ୍ଷା ତତା ବ୍ୟାପକ ପ୍ରଚାରପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ରୂପେ ଯୋଗଦେଇ ଧ୍ୱନି ପ୍ରତିଧ୍ୱନିର ସଂପାଦିକା ଶ୍ରୀମତୀ ସୈରିନ୍ଦ୍ରୀ ସାହୁ କହିଥିଲେ ଯେ ଭବିଷ୍ୟତ ବଂଶଧରମାନଙ୍କୁ ନିଜ ମାତୃଭାଷାର ଆଦର ପାଇଁ ପାରିବାରିକ ସ୍ତରରେ ଗୁରୁତ୍ୱ ଦିଆଯିବା ସହିତ ଓଡ଼ିଆ ଭଳି ମହାନ ଶାସ୍ତ୍ରୀୟ ଭାଷାର ବିକାଶ ପାଇଁ ପ୍ରତ୍ୟେକ ଓଡ଼ିଆ ଯତ୍ନବାନ ହେବା ଉଚିତ । ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଆ ମଠର ମଠାଧୀଶ ବଂଶୀଧୀର ଦାସ ଗୋସ୍ୱାମୀ ଆମ ଭାଷା ମହାନ ଓ ଆମ ସଂସ୍କୃତି ଶ୍ରୀ ଜଗନ୍ନାଥ ସଂସ୍କୃତି ବୋଲି ମତବ୍ୟକ୍ତ କରିଥିଲେ ।