ଇପିଏଫ ପେନସନର୍ସ ସଂଘର ସାଧାରଣ ବୈଠକ

ାା ପ୍ରଭାନୁ୍ୟଜ୍ ।ା ପୁରୀ: ଆଇନଗତ ଲଢେଇ ପରେ ୨୦୨୨ ମସିହାରେ ବର୍ଦ୍ଧିତ ପେନସନ୍ ପ୍ରଦାନ ପାଇଁ ଆଦେଶ ଦେଇଥିଲେ ମଧ୍ୟ ଇପିଏଫ କର୍ମକର୍ତ୍ତାମାନେ ଟାଳଟୁଳ ନୀତି ଅନୁଶରଣ କରି ଏପର୍ଯ୍ୟନ୍ତ ତାହା ପ୍ରଦାନ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଏତାଦୃଶ ମନୋଭାବ ଯୋଗୁଁ ଅଲଓଡ଼ିଶା ଇପିଏଫ ପେନସନର୍ସ ସଂଘ ପୁରୀ ଜିଲ୍ଲା କମିଟିର ସାଧାଣ ପରିଷଦ ବୈଠକରେ ନିନ୍ଦା କରାଯିବା ସଂଗେସଂଗେ ସର୍ବନିମ୍ନ ପେନ୍ସନ୍ ୯ହଜାର ଟଙ୍କାକୁ ବୃଦ୍ଧି କରାଯିବା ସହ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଦୃଢ ଦାବି କରାଯାଇଛି । ରବିବାର ପୂର୍ବାହ୍ନରେ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ସଂଘର ଜିଲ୍ଳା କମିଟି ସଭାପତି କୈଳାସ ଚନ୍ଦ୍ର ସାହୁ । ଅଲଓଡ଼ିଶା ଇପିଏଫ କେନସନର୍ସ ଆସୋସିଏସନ ସମେତ କେନ୍ଦ୍ରୀୟ ସଂଗଠନମାନେ ଦୀର୍ଘ ଦିନ ଧରି ଗଣତାନ୍ତ୍ରିକ ପନ୍ଥାରେ ସର୍ବନିମ୍ନ ପେନ୍ସନ୍ ପରିମାଣ ବୃଦ୍ଧି ଏବଂ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ଦାବି କରି ଆସୁଥିବା ବେଳେ କେନ୍ଦ୍ର ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅନ୍ୟପକ୍ଷରେ ପୁଞ୍ଜିପତତମାନଙ୍କୁ ଅଜାଚିତ ଭାବେ ରିହାତି ଓ ଅନୁଦାନ ପ୍ରଦାନ କରାଯାଉଛି । ବିଭିନ୍ନ କଳକାରଖାନା ଓ ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାମାନଙ୍କରେ କାମ କରି ଅବସର ପରେ ପେନ୍ସନ୍ କେବଳ ୧ହଜାର ଟଙ୍କା ମିଳୁଛି । ଫଳରେ ପେନସନରମାନେ ଅତ୍ୟନ୍ତ ଦୁଃଖଦର୍ଦ୍ଦଶା ମଧ୍ୟରେ କାଳାତିପାତ କରୁଛନ୍ତି । ଏହି ଦାବି ହାସଲ ପାଇଁ ଆଗାମୀ ଦିନରେ ଆନେ୍ଦାଳନକୁ ତୀବ୍ର କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିପାଇଁ ଏକ ୨୧ଜଣିଆ କମିଟି ଗଠନ କରାଯାଇଛି । ଏହି ସଭାରେ ରାଜ୍ୟ କମିଟି ସଭାପତି ବିଜୟ କୁମାର ଜେନା, ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା, ରାଜ୍ୟ କମିଟି ଉପଦେଷ୍ଟା ନଟବର ଆଚାର୍ଯ୍ୟ, ରାଜ୍ୟ କମିଟି କାର୍ଯ୍ୟକାରୀ ସଭାପତି ତଥା ଖୋର୍ଦ୍ଧା ଜିଲ୍ଳା କମିଟି ସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ସଂପାଦକ ପ୍ରକାଶ କୁମାର ପଟ୍ଟନାୟକ ଅତିଥି ରୂପେ ଯୋଗଦେଇଥିଲେ । ଆଗାମୀ ଦିନରେ ଜିଲ୍ଳା କମିଟିକୁ ସୁଦୃଢ କରିବା ସହ ଶୃଙ୍ଖଳିତ ଭାବେ ସଂଗଠନକୁ ଆଗେଇ ନେବାକୁ ସେମାନେ ଅନୁରୋଧ କରିଥିଲେ । ଆସନ୍ତା ନଭେମ୍ବର ମାସ ୩ ଓ ୪ ତାରିଖ ୨ଦିନ ଧରି ସଂଘର ରାଜ୍ୟ ସମ୍ମିଳନୀ ସଂସ୍କୃତି ଭବନରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନଟବର ଆଚାର୍ଯ୍ୟ ।