ବନୀକରଣ ଓ ବନସୁରକ୍ଷା ଆଳରେ ହରିଲୁଟ୍
ପୁରୀ ଜିଲ୍ଲା କାକଟପୁର ବ୍ଳକ ଅଧିନସ୍ଥ ପାଣିଛତ୍ର ଠାରେ ଥିବା ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟରେ ଚାଲିଛି ବ୍ୟାପକ ଦୁର୍ନୀତି । ଏଠାରେ ପ୍ରତିବର୍ଷ ବନୀକରଣ ଓ ବନ ସୁରକ୍ଷା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଆସୁଥିବା ବେଳେ ସେହି ଟଙ୍କା କିପରି ଆଉ କେଉଁ ଭଳି ଭାବେ ବ୍ୟୟ କରାଯାଇ କେଉଁଠି କେତେ ପରିମାଣର ବନୀକରଣ କରାଯାଇଛି ଏହାର ଏକ ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହ କେତେକ ପରିବେଶବିତ ଦୃଢ଼ ଦାବୀ କରିଛନ୍ତି । ପଥ ( ପାର୍ଶ୍ୱ )ବୃକ୍ଷ ରୋପଣ , ଲୋକ ସଚେତନତା, ଛକ ବଜାରରେ ବ୍ୟାନର ପୋଷ୍ଟର ଲଗାଇବା ନାଁରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଅଥଚ କେଉଁଠି ରକ୍ଷଣା ବେକ୍ଷଣ ଅଭାବରୁ ଗଛ ମରିଗଲାଣିତ ଆଉ କେଉଁଠି ଆଦୌ ଗଛ ନଲାଗି ଅନୁଦାନ ଅର୍ଥର ବ୍ୟାପକ ବାଟମରଣା ହୋଇଥିବାର ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ବିଭାଗର ପାଣିଛତ୍ର ଠାରେ ଥିବା ମେଘାନର୍ସରୀରେ କେଉଁ ବର୍ଷ କେତେ ପ୍ରକାର ଚାରା ଉତ୍ପାଦନ କରାଗଲା, ମଞ୍ଜି କିଣିବା ଓ ଚାରା ଉତ୍ପାଦନରେ କେତେ ଟଙ୍କା ଖର୍ଚ୍ଚ ହେଲା, ଚାରା ବିକ୍ରିରେ ବିଭାଗ କେତେ ଟଙ୍କା ଆୟ କଲା ଏବଂ ବିଭାଗ ପକ୍ଷରୁ କେଉଁଠି କି କି ଚାରା ରୋପଣ କରାଯାଇ ଶ୍ରମିକ ମଜୁରୀ ସହ ଅନ୍ୟାନ ଖର୍ଚ୍ଚ ବାବଦରେ କେତେ ଟଙ୍କା ବ୍ୟୟ ହେଲା ଏହାର ସଠିକ ହିସାବ ମିଳୁନାହିଁ ବୋଲି ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରୁଛନ୍ତି । ସୂଚନା ଅଧିକାର କର୍ମୀ ସୂଚନା ଅଧିକାର ବଳରେ ତଥ୍ୟ ମାଗିଲେ କାହାକୁ ସଂପୂର୍ଣ୍ଣ ତଥ୍ୟ ମିଳୁନଥିବା ବେଳେ ଆଉ କାହାକୁ ବିଭ୍ରାନ୍ତିକର ଓ ବିପରୀତ ତଥ୍ୟ ଦିଆଯାଉଛି ବୋଲି କେତେକ ସୂଚନା ଅଧିକାର କର୍ମୀ ମାନେ ପ୍ରକାଶ କରିଛନ୍ତି । ପାଣି ଦେଲେନି କି ଉପଯୁକ୍ତ ଯନô ନେଲେନି ରକ୍ଷଣା ବେକ୍ଷଣ ଅଭାବରୁ ମେଘାନର୍ସରୀରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲାଗିଥିବା ଔଷଧୀୟ ବୃକ୍ଷର ଚିÿହ୍ନ ବର୍ଣ୍ଣ ଆଉ ଏବେ ଦେଖିବାକୁ ମିଳୁନାହିଁ । ସେହିଭଳି ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର ରାସ୍ତା କଡରେ ବୃକ୍ଷରୋପଣ କରାଯାଇଛି ବୋଲି ବିଭାଗ ପକ୍ଷରୁ ସଫେଇ ଦିଆଯାଉ ଥିବା ବେଳେ କେଉଁଠି ଫଳକ ଥିଲେ ଗଛ ନାହିଁତ ଆଉ କେଉଁଠି ଫଳକ ନାହିଁ କି ଗଛ ନାହିଁ । ଅନେକ ସ୍ଥାନରେ ବନ ବିଭାଗ ଯେତିକି ଗଛ ଲଗାଇଛି ବୋଲି ଫାଇଲିରେ ଦର୍ଶାଇଛି ସେଥିରୁ ଅଧା ମଧ୍ୟ ଦେଖାଯାଉନାହିଁ । ପାଣିଛତ୍ର ମେଘାନର୍ସରୀ ସହ ଏହି ବିଭାଗର ଅନ୍ୟାନ ଅଞ୍ଚଳରେ କରାଯାଉଥିବା ଚାରା ଉତ୍ପାଦନ କେନ୍ଦ୍ରରେ ଦୈନିକ କେତେ ଲୋକ କାମ କରୁଛନ୍ତି ଆଉ କେତେ ଜଣଙ୍କ ଖାତାକୁ ମଜୁରୀ ବାବଦ ଟଙ୍କା ଯାଉଛି ଏହା ତଦନ୍ତ ସାପେକ୍ଷ ବୋଲି ଦାବୀ ହେଉଛି । ମେଘାନର୍ସରୀ ଓ ବିଟ ହାଉସରେ ନିଯୁକ୍ତ ବନକର୍ମଚାରୀମାନେ ଅଏସରେ ଦିନ କାଟୁଥିବା ବେଳେ ଶିକାରୀ ଓ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ବିଭିନ୍ନ ପଶୁ ଶିକାର କରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଛି । ବର୍ତ୍ତମାନ ବାରହା ମାଂସ କେଜି ଶହେରୁ ଏକ ଶହ କୋଡିଏ ଟଙ୍କାରେ ବିକ୍ରି ହେଉଥିବା ଛକ ବଜାରରେ ଚର୍ଚ୍ଚା ହେଉଛି । ଅଭିଯୋଗ କଲେ ବାରହା ଭଳି ଜୀବ ପୁରୀ ଜିଲ୍ଲା ବନବିଭାଗ କାର୍ଯ୍ୟାଳୟର ଲିଷ୍ଟିରେ ନାହିଁ ବୋଲି ବନ ଅଧିକାରୀ କହୁଛନ୍ତି । ବର୍ତ୍ତମାନ ବାରହା , ହରିଣ , ଠେକୁଆ ପାଚିଲା ଧାନ ଖାଇବାକୁ ଧାନ ବିଲକୁ ଆସୁଛନ୍ତି । ଏମାନେ ଧାନ ଫସଲ ନଷ୍ଟ କରିଦେଉଥିବାରୁ କେତେକ ସ୍ଥାନରେ ଚାଷୀ ତାର କ୍ଷେତ ଚାରିପାଖେ ବିଦୁ୍ୟତ ତାର ଘେରାଉ ଥିବା ବେଳେ ଆଉ କେତେକ ସ୍ଥାନରେ ଶିକାରୀ ମାନେ ଜଙ୍ଗଲୀ ପ୍ରାଣୀଙ୍କ ଗତିବିଧି ଉପରେ ଲକ୍ଷ ରଖି ଫାଶ ସାହାର୍ଯ୍ୟରେ ଅବାଧରେ ପଶୁ ଶିକାର କରୁଛନ୍ତି । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯିବାତ ଦୂରରର କଥା ଅଭିଯୋଗ କଲେ ବନ ବିଭାଗ କର୍ମଚାରୀମାନେ କର୍ଣ୍ଣପାତ କରୁନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ଜଙ୍ଗଲ ବିଭାଗ କର୍ମଚାରୀ ମାନେ ବନ ବିଭାଗ କାର୍ଯ୍ୟାଳୟ ଓ ବିଟ ହାଉସ ଗୁଡିକରେ ରହି ଅଏସ କରୁଥିବା ବେଳେ ନିରୀହ ପଶୁ ପକ୍ଷୀ ଶିକାରୀଙ୍କ ହାବୁଡ଼ରେ ପଡି ଅଧିକାଂଶ ସମୟ ଶିକାର ହେଉଥିବା ଜଣାପଡିଛି । ବିଭାଗୀୟ ମନ୍ତ୍ରୀ , ସଚିବ ଓ ପୁରୀ ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ବିଗତ ୨ ବର୍ଷ ମଧ୍ୟରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳକୁ ବନୀକରଣ , ବନସୁରକ୍ଷା , ଓ ଚରାଉତ୍ପାଦନ ବାବଦରେ କେତେଟଙ୍କା ମିଳିଛି ଏବଂ କେଉଁ ଯୋଜନାରେ କେତେ ବ୍ୟୟ କରାଯାଇଛି ଏହାର ଭିଜିଲାନ୍ସ ତଦନ୍ତ ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି ।