‘ସୁସ୍ଥ ନାରୀ ସଶକ୍ତ ପରିବାର’ ଅଭିଯାନ

 ରାଜକନିକା : ରାଜକନିକା ଏସ୍ଏନ୍ ମହାବିଦ୍ୟାଳୟରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅଭିଯାନରେ ଛାତ୍ରୀଙ୍କ ହିମୋଗ୍ଲୋବିନ ପରୀକ୍ଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏସ୍ଏନ୍ କଲେଜର ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର କୁମାର ପଣ୍ଡାଙ୍କ ଉପସ୍ଥିତିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡ. ସ୍ୱାଗତିକା ଦୀକ୍ଷିତ, ଆରବିଏସକେ (ଏଏନ୍ଏମ୍) ମିନତୀ ରାଉତ, ଲିପ୍ସାରାଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ୪୨ ଜଣ ଛାତ୍ରୀଙ୍କ ହିମୋଗ୍ଲୋବିନ ପରୀକ୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟପକ, ଅଧ୍ୟପିକା ଓ ଛାତ୍ରୀ ଉପସ୍ଥିତ ଥିଲେ ।