ନିତାଇଗୌର ନୃତ୍ୟ ଅନୁଷ୍ଠାନ ଉଦ୍ଘାଟିତ
ବିଞ୍ଝାରପୁର : କଲ୍ୟାଣପୁର ପଞ୍ଚାୟତ ସମଲପୁର ଗାଁରେ କୁନି କୁନି ପିଲାଙ୍କ ନୃତ୍ୟ ଶିକ୍ଷଣ ପାଇଁ ମଙ୍ଗୁ ଜେନା ଓ ଶଙ୍କର୍ଷଣ ବାରିକଙ୍କ ପ୍ରଚେଷ୍ଟାରେ ନିତାଇଗୌର ନୃତ୍ୟ ଅନୁଷ୍ଠାନ ଉଦଘାଟିତ କରିଛନ୍ତି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ । ଉଦଘାଟନ ସଭାରେ ଅନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇଥିଲା । ଅଞ୍ଚଳର ସାମ୍ୱାଦିକ, ସମାଜସେବୀ, ଅବସପ୍ରାପ୍ତ ଶିକ୍ଷକ ଓ ସରକାରୀ ଅଧିକାରୀଙ୍କୁ ମାନପାତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିିନା କରାଯାଇଥିଲା । ପ୍ରଶାସକ ଭାବେ ବିଡ଼ିଓ ହିତାଂଶୁ ଶେଖର ସାମଲ, କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରୀପାଠୀ, କୈଳାସ ସେଠୀ, ସାମ୍ୱାଦିକ ରାଣାପ୍ରତାପ ମହାପାତ୍ର, ସୁରେନ୍ଦ୍ର ସାମଲ୍, ପାର୍ଥସାରଥୀ ବାରିକ, ଶଙ୍କର୍ଷଣ ସାମଲ, ସମାଜସେବୀ ପ୍ରଦୀପ ମଲ୍ଲିକ, ମୁକ୍ତିକାନ୍ତ ସାମଲ, ଗିରିଧାରୀ ଦାସ, ବିଧାୟିକାଙ୍କ ସୁରକ୍ଷା କର୍ମୀ ଗୋପୀନାଥ ଦଳେଇ, ଶଙ୍କର୍ଷଣ ବାରିକ୍ଙ୍କ ଭଳି ଅନେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ବ୍ଲକ୍ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ୍, ଜିଲ୍ଲାପରିଷଦ ସଭ୍ୟା ସୁନୀତା ନାୟକ, କାଳୀପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।