ଜଳସମ୍ପଦ କାର୍ଯ୍ୟାଳୟରେ ବିଶ୍ୱକର୍ମା ପୂଜା ଓ ଚାରାରୋପଣ 

ବରୀ : ବରୀ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ପାରମ୍ପରିକ ରୀତିନୀତି ଅନୁୟାୟୀ ବିଶ୍ୱକର୍ମା ପୂଜା ପାଳିତ ହେଉଛି । କଳସସ୍ଥାପନ ପରେ ବିଧି ସହକାରେ ପୂଜାର୍ଚ୍ଚନା ସାଙ୍ଗକୁ ହୋମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ବରୀ ଜଳସମ୍ପଦ ଅଧିକାରୀ ଇଂ. ମନୋରଞ୍ଜନ ତ୍ରିପାଠୀ, ସହକାରୀଯନ୍ତ୍ରୀ ପ୍ରମୋଦ ନାୟକ, ନିଲକ୍ରମ ସେଠି, ଚିନ୍ମୟ ସାହୁ, ଶିବ ଶଙ୍କର ଓତା, ଜଗବନ୍ଧୁ  ବାରିକ, ରାଜେନ୍ଦ୍ର ଦେଓ, ଧୀରେନ୍ଦ୍ର ସାମଲ, ପ୍ରକାଶ ନାଥ ପ୍ରମୁଖ ସାମିଲଥିଲେ ।