ବଳଦେବଜୀଉଙ୍କ ପାଖରେ ଲାଗି ହେଲା ସପ୍ତପୁରୀ ଭୋଗ
କେନ୍ଦ୍ରାପଡା : ବଳଦେବ ଜୀଉଙ୍କ ପାଖରେ ଲାଗି ହୋଇଛି ସପ୍ତପୁରୀ ଭୋଗ । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ସପ୍ତପୁରୀ ଭୋଗ ସମ୍ପନ୍ନ ହୋଇଯାଇଛି । ସକାଳ ଧୂପ ସମ୍ପନ୍ନ ପରେ ଏହି ଭୋଗ କରାଯାଇଥାଏ । ବଡ଼ପଣ୍ଡା ଚର୍ଚ୍ଚେତ ଗୁଡ଼ିଆ ବ୍ରାହ୍ମଣ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ । ନଡ଼ିଆ ଛେନା ଖସା, ଗହମ, ଅଟା, ଚାଉଳ, ଚୁନା, ଗୋଲ ମରିଚ, ଗୁଜୁରାତି ଦେଶୀ ଘିଅରେ ପ୍ରସ୍ତୁତ ହୋଇଥାଏ । ପ୍ରସ୍ତୁତ ପରେ ରୌପ୍ୟ ପାତ୍ରରେ ପରସା ଯାଇ ବଡ଼ ସାଇତି ସେବକ ଦ୍ୱାରା ଛାମୁକୁ ନିଆଯାଇ ପୂଜା ପଣ୍ଡାଙ୍କ ଦ୍ୱାରା ଭୋଗ କରାଯାଇଥାଏ । ପରେ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି ।