ବରୁଆଁ-ବରୀ ପୂର୍ତ୍ତ ବିଭାଗ ରାସ୍ତାର ଦୂରାବସ୍ଥା
ଯାଜପୁର ଜିଲ୍ଲାର ପୂର୍ତ ବିଭାଗ ଅଧୀନରେ ଥିବା ବରୁଆଁ-ବରୀ କଳାମାଟିଆ ମୁଖ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ସ୍ଥାନେ ସ୍ଥାନେ ଆଣ୍ଠୁଏ ଆଣ୍ଠୁଏ ଗାଢ଼ ହେବା ଫଳରେ ଛୋଟ ବଡ ଦୁର୍ଘଟଣାମାନ ଘଟି ବହୁ ମୂଲ୍ୟବାନ ଧନ ଜୀବନ ନଷ୍ଟ ହେଉଛି । ବିଶେଷ କରି ଅସରାଏ ବର୍ଷା ହେଲେ ରାସ୍ତାରେ ସ୍ରୁଷ୍ଟି ହୋଇଥିବା ଗାଢ଼ ମାନଙ୍କରେ ପାଣି ଜମିରହିବାରୁ ଦୁଇଚକିଆ ଯାନ ହେଉ ଅବା ବଡ଼ ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ବରୁଆଁ ଠାରୁ ବରୀ ଓ କେନ୍ଦ୍ରପଡ଼ା ଜିଲାକୁ ସଂଯୋଗ କରୁଥିବାରୁ ଦୈନନ୍ଦିନ ଶତାଧିକ ଗାଡ଼ି ମଟର ଯାତାୟତ ହେତୁ ବଡ଼ ସମସ୍ୟା ସ୍ରୁଷ୍ଟି କରୁଛି । ଦୀର୍ଘଦିନ ହେବ ଏହି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହେବାକୁ ନେଇ ସୂଚନା ଥିଲାବେଳେ କାର୍ଯ୍ୟ ହେବା ଦୁରେ ଥାଉ ଏମିତିକି ରାସ୍ତାର ମରାମତି ବି କରାଯାଉନାହିଁ । ତୁରନ୍ତ ବିଭାଗୀୟ ଅଧିକାରୀ ଏହି ରାସ୍ତା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।