ସେଣ୍ଟ ଜାଭିୟର ହାଇସ୍କୁଲ ବାର୍ଷିକୋତ୍ସବ
ରାଜକନିକ: ସେଣ୍ଟ ଜାଭିୟର ହାଇସ୍କୁଲର ୬ଷ୍ଠ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଶାସକ ସୁବୀର କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷ ପ୍ରତାପ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉସôବ ରେ ମୁଖ୍ୟ ଅତିଥି ଭାବେ ଅଟାଳ ଉକôଳମଣି ଉଚ୍ଚ ବିଦ୍ୟପୀଠ ପ୍ରଧାନଶିକ୍ଷକ ସଞ୍ଜୟ ସାହୁ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଡାଙ୍ଗମାଳ ଏନ୍ଏନ୍ ଯୁକ୍ତ ୨ ସ୍କୁଲ ଇଂରାଜୀ ଅଧ୍ୟାପକ ପ୍ରତାପ ଧଳ, ସମ୍ମାନିତଅତିଥି ଶରତ ଦେବ, ହାଇସ୍କୁଲର ସିଆରସିସି ହଳଧର ସାହୁ, କଅଁରରପୁର ହାଇସ୍କୁଲର ସହକାରୀ ଶିକ୍ଷକ ଅନନ୍ତ କିଶୋର ଦାସ ପ୍ରମୁଖ ଯୋଗଦେଇ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ କହିଥିଲେ । ସ୍କୁଲ ଅଧ୍ୟକ୍ଷା ସୁପ୍ରିୟା ବିଶ୍ୱାଳ ବାର୍ଷିକ ବିବରଣୀ ପଠା କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱରା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯଇଥିଲା ।