ସେତୁ ସଂଯୋଗୀକରଣ ରାସ୍ତା ନିମ୍ନମାନର
ବରୀରୁ ପ୍ରଭାତ ମହାନ୍ତି : ବିଂଝାରପୁର ଜଳସମ୍ପଦ ଅଧିନରେ ବରୀ ବ୍ଲକ ବୋଦୁଅ ପଞ୍ଚାୟତର ଏସ୍କେପ ଠାରେ ନିର୍ମାଣ ହୋଇଥିବା ସେତୁ କାର୍ଯ୍ୟ ଓ ସଂଯୋଗୀକରଣ ରାସ୍ତା ଅତ୍ୟନ୍ତ ନିମ୍ନମାନର ଚାଲିଥିବା ଅଭିଯୋଗ ହୋଇଛି । ସଂଯୋଗୀକରଣ ରାସ୍ତାରେ ବ୍ୟବହାର ହୋଇଥିବା ପଥର ଅତ୍ୟନ୍ତ ନିମ୍ନମାନର । ସେପଟେ ନିର୍ମାଣଧୀନ ସେତୁରେ ମଧ୍ୟ ଭାଗମାପ ସଠିକ୍ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି । ତାହା ସହିତ ଅତି ନିମ୍ନମାନର ଚିପସ୍ରେ କାର୍ଯ୍ୟ ହେଉଛି । ନିକଟରେ ଥିବା ବିଦ୍ୟାଳୟ ନିକଟର ଆପ୍ରେଚ ରୋଡ୍ ଛୋଟ ଛୋଟ ଭଙ୍ଗା ପଥରରେ କାର୍ଯ୍ୟ ଚାଲିଛି । ଏହାକୁ ଅଞ୍ଚଳବାସୀ ବିରୋଧ କଲେ ମଧ୍ୟ ବିଭାଗ ଅଧିକାରୀ ଦେଖି ମଧ୍ୟ ଚୁପ ରହିଛନ୍ତି । ଠିକାଦାର ଓ ବିଭାଗୀୟ ଅଧିକାରୀ ସଲାସୁତୁରାରେ ଏହି କାର୍ଯ୍ୟ ଚାଲିଛି । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟରେ ବ୍ୟବହୃତ ଜିନିଷର ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହୋଇଛି ।