ସୋମନାଥ ମହାପାତ୍ରଙ୍କ ସ୍ମୃତିସଭା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ପଂଚାୟତର ପୂର୍ବତନ ସରପଂଚ ତଥା ବର୍ଷିଆନ କଂଗ୍ରେସ ନେତା ସୋମନାଥ ମହାପାତ୍ରଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ନୃସିଂହ ମୁଦୁଲିଙ୍କ ତତ୍ତ୍ୱାବଧାନରେ ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଯୋଗ ଦେଇ ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପୁଷ୍ପାଞ୍ଜଳି ଦେଇ ସ୍ମୃତିଚାରଣ କରିଥିଲେ । ଶ୍ରୀ ମହାପାତ୍ର ରାଜନୀତିକ ଜୀବନରେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି କ୍ଲବ, ଚାଷୀମାନଙ୍କ ପାଇଁ ହାଟ, ଗମନାଗମନର ସୁବିଧା ପାଇଁ ବରପଡାଠାରେ ସେତୁ ସାଙ୍ଗକୁ କେନାଲମାନଙ୍କରେ ସେତୁମାନ ନିର୍ମାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ଦ୍ୱୀପାଂଚଳ ଏକ ସୁନାମଧନ୍ୟ ବ୍ୟକ୍ତିଙ୍କୁ ହରାଇଲା ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଚୁ୍ୟତାନନ୍ଦ ଦାସ, ପ୍ରମୋଦ ନାୟକ, ବିଶ୍ୱେନ୍ଦୁ ମହାରଣା, ଶିକ୍ଷାବିତ୍ ଭୈରବ ଚନ୍ଦ୍ର ଜେନା, ଧରଣୀଧର ପୂଝାରୀ, କ୍ଷମାନିଧି ପୂଝାରୀ, ଗୋବିନ୍ଦ ଦାସ, ହିଂମାଶୁ ଶେଖର ଦାସ, ବଳଦେବାନନ୍ଦ ଦାସ, କାଳନ୍ଦୀ ସାହୁ, କେଶବ ଚନ୍ଦ୍ର ଦଳାଇ, ଅଲେଖ ଦଳାଇ, କ୍ଷିତିଶ ରାଉତ, ରମାକାନ୍ତ ମହାନ୍ତି, ରମେଶ ମହାପାତ୍ର, ଶ୍ରୀକାନ୍ତ ମହାପାତ୍ର, ଶରତ ସାମଲ, ଆଲୋକ ମହାନ୍ତି, ଅରୁଣ ସିଂ, ପ୍ରଶାନ୍ତ ବେହେରା, ସୁଧାଂଶୁ ଶେଖର ମହାପାତ୍ର, ଜଗଦୀଶ ଦାସ, ରତ୍ନାକର ସେଠୀ, ରାକେଶ ମୁଦୁଲି, କେଶବ ଦଳାଇ, ରଘୁନାଥ ସେଠୀଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।