ସ୍କୁଟିକୁ ପିଟିଲା ଟ୍ରକ, ଜଣେ ମୃତ

 ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନିଲଜୀ  ଡଙ୍ଗରିଗୁଡା ଛକ ଫୋରୱେ ରାସ୍ତା ଠାରେ ଏକ ସ୍କୁଟିକୁ ପଛ ପଟୁ ଟ୍ରକ୍ ପିଟି ଦେବା ଫଳରେ ସ୍କୁଟି ଆରୋହୀଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ବୋଡେନ ଥାନା ବୁଢିପଦର ଗ୍ରାମର ବଲରାମ ସା (୨୭) । ସୂଚନାନୁସାରେ ସିନାପାଲି ପଟରୁ ସ୍କୁଟିରେ ଯୁବକ ଜଣକ କାମ ସାରି ନିଜ ଗାଁକୁ ଫେରୁଥିବାବେଳେ ସେହି ପଟୁ ଏକ ଅଜଣା ଟ୍ରକ୍ ଆସି ପଛପଟ ସ୍କୁଟିକୁ ପିଟି ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଟ୍ରକ୍ କୁ ପିଛା କରିଥିବା ବେଳେ ଟ୍ରକ୍ ଦ୍ରୁତ ଗତିରେ ଫେରାର୍ ମାରିଥିଲା । ବଲରାମ କିଛି ଦିନ ହେବ ନୂତନ  ଏକ ସ୍କୁଟି କିଣି ଥିବାବେଳେ ଗୁରୁବାର କୌଣସି କାମରେ ସିନାପାଲି ଆସିଥିଲେ ଏବଂ ସିନାପାଲିରୁ ନିଜ ଘରକୁ ଫେରୁଥିବା ବେଳେ ଦିନ ଦ୍ୱିପହର  ସମୟ ରେ ଏହି ଘଟଣା ଟି ଘଟିଥିବା କୁହାଯାଇଛି  । ଖବର ପାଇ  ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚି ଚିକିତ୍ସା ପାଇଁ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ସିନାପାଲି ସରକାରୀ ହସ୍ପିଟାଲ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଘଟଣାସ୍ଥଳରେ ସିନାପାଲି ପୋଲିସ ପହଞ୍ଚô ତଦନ୍ତ ଆରମ୍ଭ କରି ସ୍କୁଟିକୁ ଜବତ କରିଛି । ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଅନ୍ୟପକ୍ଷରେ ମୃତକ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି ।