ଅଗ୍ନିଶମବାହିନୀ ଦ୍ୱାରା ୩୧ଟି ଗୋରୁ ଉଦ୍ଧାର 

 କଟକ : ହଠାତ ନଦୀରେ ମାଡ଼ି ଆସିଲା ପାଣି । ନଈ ମଝିରେ ଥିବା ଟାପୁରେ ଫସିଗଲେ ଗୋରୁପଲ୍ଲ । ସ୍ଥାନୀୟ ତି୍ରଶୂଳିଆ ନିକଟରେ ଏଭଳି ଘଟଣା ଘଟିଛି । ହଠାତ କାଠଯୋଡ଼ି ନଦୀରେ ପାଣି ବଢ଼ି ଯିବାରୁ ତି୍ରଶୂଳିଆ ବି୍ରଜ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଏକ ଗୋରୁପଲ୍ଲ ଫସି ଯାଇଥିଲେ । ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମବାହିନୀର ବାରଙ୍ଗ ଟିମ ଓ ବିଡ଼ାନାସୀ ଟିମର ୧୨ଜଣ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରବର ବୋର୍ଟ ନେଇ ଅଗ୍ନିଶମ କର୍ମଚାରୀମାନେ ୩ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ୪ଟି ବାଛୁରୀକୁ ବୋଟ ଦ୍ୱାରା ଉଦ୍ଧାର କରିଥିଲେ । ଏହା ପରେ ଅବଶିଷ୍ଟ ଗୋରୁ ପଲ୍ଲକୁ ୪୨ମୌଜା ଠାରେ ଅଗ୍ନିଶମବାହିନୀ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲା ।