ସ୍ତ୍ରୀଙ୍କୁ ମର୍ଡର କରିବାକୁ ସ୍ବାମୀ ମୃତ

ସ୍ତ୍ରୀଙ୍କୁ ମର୍ଡର କରିବାକୁ  ସ୍ବାମୀ ମୃତ

ଜଟଣୀ : ଖୋର୍ଦ୍ଧା ଜିଲା ଜଟଣୀ ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଶ୍ବଶୁର ଘରେ ଶାଶୁ, ସ୍ତ୍ରୀକୁ ଆକ୍ରମଣ ବେଳେ ଜ୍ୱାଇଁଙ୍କ ଜୀବନ ଯାଇଛି । ମୃତ ଜ୍ବାଇଁଙ୍କ ଆକ୍ରମଣରେ ଶାଶୁ ଓ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଚିକିତ୍ସାଧୀନ ଅବସ୍ଥାରେ ଜ୍ବାଇଁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶ୍ବଶୁର ଘରକୁ ରାତିରେ ଆସି ରାତିରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି । ଏଥିରେ ଝିଅଙ୍କ ବାପଘର ଲୋକେ ପିଟାପିଟି କରିବାରୁ ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି । କିଛି ଦିନ ହେଲା ଦୁଇ ପରିବାର ମଧ୍ୟରେ ବିବାଦ ରହିଥିଲା । ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡ଼ି ଝିଅ ବାପ ଘରେ ରହୁଥିଲେ ।