ଜଂକିଆ ମୁଣ୍ଡାଆମ୍ବରେ ବାର୍ଡ ଫ୍ଲୁ

ଖୋର୍ଦ୍ଧା : କିଛି ଦିନ ପୂର୍ବରୁ ପୁରୀ ଜିଲ୍ଲା ପିପିଲିରେ କୁକୁଡାଙ୍କ ଠାରେ ବାର୍ଡ ଫ୍ଲୁଦେଖା ଦେଇଥିଲା । ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ ପରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ ଜଂକିଆ ମୁଣ୍ଡାଆମ୍ବ ଓ ଟାଗିଂ ବ୍ଲକ ତାଳପଡା ଅଂଚଳରେ ଥିବା କୁକୁଡା ଫାର୍ମରେ ଲଗାତର ଭାବରେ ଶହଶହ ସଂଖ୍ୟାରେ କୁକୁଡା ମଡକ ଦେଖିବାକୁ ମିଳିଥିଲା । ୭/୮ ଦିନ ମଧ୍ୟରେ ପ୍ରାୟ ୬ ହଜାରରୁ ଊର୍ଦ୍ଧ୍ୱ କୁକୁଡା ଛୁଆ ମୃତୁ୍ୟ ବରଣ କରିବା ପରେ ଫାର୍ମ ମାଲିକ ସ୍ଥାନୀୟ ବୌପଶୁ ଚିକିତ୍ସକଙ୍କ ସହାୟତା ଲୋଡିଥିଲେ । ପଶୁ ଚିକିତ୍ସକ ଟିମ୍ ବିଭିନ୍ନ କୁକୁଡ଼ା ଫାର୍ମ ପରିଦର୍ଶନ କରି କୁକୁଡାଙ୍କ ରକ୍ତନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଇ ରିପୋର୍ଟ ରୁ ଜାଣିବାକୁ ପାଇଥିଲେ ବାର୍ଡ ଫ୍ଲୁ ଯୋଗୁଁ କୁକୀଡା ମଡକ ଘଟୁଛି । ବାର୍ଡ ଫ୍ଲୁ ଜଣାପଡିବା ପରେ ଆଜି ପୁଶୁ ଚିକିତ୍ସା ବିଭାଗର ଏକ ଟିମ ଜଂକିଆ ମୁଣ୍ଡାଆମ୍ବ ଫାର୍ମରେ ପହଞ୍ଚି ୬ ହଜାର କୁକୁଡା ମାରି ପୋତିଛନ୍ତି । ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକର ବିଭିନ୍ନ କୁକୁଡ଼ ଫାର୍ମରେ ପହଞ୍ଚି କୁକୁଡାଙ୍କୁ ମାରି ପୋତିବାକୁ ପଦକ୍ଷେପ ନେବେ ବୋଲି ପଶୁ ଚିକିତ୍ସା ବିଭାଗ ପକ୍ଷରୁ ସୂଚନା ମିଳିଛି