ଜଟଣୀ ସହରରେ କୋଟପା ଆଇନ୍ ଦିଗହରା
ଜଟଣୀ: ପ୍ରତ୍ୟେକ ବର୍ଷ ମଇ ମାସ ୩୧ ତାରିଖକୁ ସମଗ୍ର ଦେଶରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳନ କରାଯାଇଥାଏ । ତମ୍ବାଖୁର ଭୟାବହତାକୁ ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରିବା ଉଦେ୍ଧଶ୍ୟରେ ଏହି ଦିବସ ପାଳନ କରାଯାଏ । ତମ୍ବାଖୁ ସେବନର ଅପକାରିତା ଏବଂ ଏହାର ରୋକ୍ ଉପରେ ସରକାର ଓ ପ୍ରଶାସନ ପକ୍ଷରୁ ଟେଲିଭିଜନ ଓ ଖବରକାଗଜରେ ପ୍ର·ର ପ୍ରସାର ଜୋରଦାର୍ କରାଯାଉଛି । ହେଲେ ଏହା କେବଳ କାଗଜ କଲମରେ ସୀମିତ ରହିଯାଉଥିବା ବେଳେ ପ୍ରକୃତ ପକ୍ଷେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । ତମ୍ବାଖୁ ସେବନ ଦ୍ୱାରା ଦେଶର ଜନସଂଖ୍ୟାର ଅର୍ଦ୍ଧାଧିକ ଜନତା ବିଭିନ୍ନ ପ୍ରକାରର ଦୁରାବ୍ୟାଧିର ଶିକାର ହେବା ଦ୍ୱାରା ସରକାର ୨୦୧୩ ମସିହାରେ ତମ୍ବାଖୁ ଜନିତ ଦ୍ରବ୍ୟର ବିକ୍ରୀବଟା ଉପରେ କଟକଣା ଲଗାଇବାକୁ କୋଟପା ଆଇନ୍ ପ୍ରଣୟନ କରିଥିଲେ । ଏହି ନିୟମର ଧାରା ୪,୫ ଓ ୬ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ତମ୍ବାଖୁ ସେବନ କଲେ ଜରିମାନା, ବିଜ୍ଞାପନ ଉପରେ ନିଷେଧାଦେଶ ଓ କୌଣସି ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନକୁ ଲାଗି ବିକ୍ରି ଉପରେ କଠୋର ଆଇନ୍ ରହିଛି । ସେହିପରି ଫିଲ୍ମ ହଲ୍, ସପିଂ ମଲରେ ମଧ୍ୟ ସମାନ୍ ଆଇନ୍ ରହିଛିା ଏହି ନିୟମ ପ୍ରଣୟନ ପରେ ଗୁଟଖା, ତମ୍ବାଖୁ ଓ ବିଡ଼ି ସିଗାରେଟ୍ ଭଳି ଦ୍ରବ୍ୟର ବିକ୍ରିବଟା ଉପରେ ରାଜ୍ୟସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କଟକଣା ଜାରି ହେବା ପରେ ହଠାତ ଏହି ଦ୍ରବ୍ୟ ସବୁ ମାର୍କେଟ୍ରୁ ଏକ ପ୍ରକାର ଉଭାନ୍ ହୋଇଯାଇଥିଲାା ଦୋକାନୀ ମାନେ ଚଢାଉ ଡରରେ ଦୋକାନ ଠାରୁ କିଛି ଦୂର ବ୍ୟବଧାନରେ ଏସବୁ ଦ୍ରବ୍ୟ ରଖି କେବଳ ସ୍ୱତନ୍ତ୍ର ଗରାଖ ମାନଙ୍କୁ ସେବା ଯୋଗାଉଥିଲେ । ପୂର୍ବରୁ ଯୋଉ ଗୁଟଖା ଏକ ଟଙ୍କା ଓ ଦୁଇଟଙ୍କା ରେ ମିଳୁଥିଲା ସେଗୁଡିକର ଦାମ୍ ରାତାରାତି ଦୁଇଗୁଣା ହୋଇଯାଇଥିଲା । ଏହା ଫଳରେ ଗୁଟଖା ବ୍ୟବସାୟୀ ମାନେ ମାଲେମାଲ ହୋଇଥିବା ବେଳେ ଏହାର ବୋଝ ପଡିଥିଲା ନିଶାଗ୍ରସ୍ତ ଗ୍ରାହକ ମାନଙ୍କ ଉପରେ । ତେବେ ଆଗଭଳି ଆଉ ଦୋକାନୀ ମାନଙ୍କ ମଧ୍ୟରେ ପ୍ରାଶାସନିକ ଚଢାଉର ଡର ନାହିଁ, ଯେଉଥିପାଇଁ ସବୁଠି ଖୁଲମଖୁଲା ଗୁଟଖା ବିକ୍ରି ·ଲିଛି । ରାସ୍ତାଘାଟ ଠୁ ଆରମ୍ଭ କରି ରେଳ ଷ୍ଟେସନ, ବିଦ୍ୟାଳୟ, ବସଷ୍ଟାଣ୍ଡ ନିକଟରେ, ଥାନା ନିକଟ ଭଳି ସର୍ବସାଧାରଣ ସ୍ଥାନ ମାନଙ୍କରେ ଗଦା ଗଦା ଚିରା ଗୁଟଖା ଜରି ଓ ସିଗାରେଟ ଖୋଳର ଆବର୍ଜନା ଦେଖିବାକୁ ମିଳେ । ଜଟଣୀ ସହର ମଧ୍ୟକୁ ଲୁ·ଛପାରେ ଟ୍ରେନ୍ ଓ ବିଭିନ୍ନ ·ରିଚକିଆ ଯାନରେ କଟକ, ବ୍ରହ୍ମପୁର, ବିହାର ଆଦି ଅଞ୍ଚଳରୁ ଏହି ସବୁ ଦ୍ରବ୍ୟ ଆସୁଥିବା ବେଳେ ସହର ମଧ୍ୟରେ ଓ ଆଖ ପାଖ ଅଞ୍ଚଳରେ ଏବେ ମଧ୍ୟ ଲୁ·ଛପାରେ ଗୁଟଖା କାରଖାନା ·ଲୁଥିବା ଶୁଣିବାକୁ ମିଳୁଛିା ବିଗତ ଦିନ ମାନଙ୍କୁ ଅନୁଧ୍ୟାନ କଲେ ଦେଖାଯାଇଛି ମୁଣ୍ଡିଆ ସାହି,ଗୋରୁ ହାଟ, ତରାବୋଇ ତଳ ସାହି ଆଦି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟଖା ଜରି, କଞ୍ଚା ମାଲ୍ ଓ ମେସିନ ଆଦି ଜବତ କରାଯାଇଥିଲେ ମଧ୍ୟ ମୁଖ୍ୟ କାର୍ପଟଦାରଙ୍କୁ ଗିରଫ କରିବାରେ ପୁଲିସ୍ ବିଫଳ ହୋଇଥିଲା । ଗୁଟଖା ଖାଇ ଅନେକ୍ ମୁଖ ଗହ୍ୱର ଓ କର୍କଟ ରୋଗ ଭଳି ମାରାତ୍ମକ ରୋଗରେ ଛୋଟ ପିଲା, ଯୁବ ସମାଜ ଓ ବୟସ୍କ ମାନେ ପୀଡ଼ିତ ହେଉଥିଲେହେଁ ଏହି ନିଶା ସେବନରୁ ନିଜ ମନକୁ ଆୟତ୍ତ କରି ନ ପାରିବା କେତେ ଯେ ଭୟଙ୍କର ତାହା ସହଜେ ଅନୁମେୟ । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଦେଶର କେତୋଟି ରାଜ୍ୟ ଯେପରିକି ଗୋଆ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁ ସରକାର ଏହି ନିୟମକୁ ସ୍ୱାଗତ କରି ଏହାର ବିକ୍ରୀବଟା ସମ୍ପୂର୍ଣ୍ଣ ବନ୍ଦ୍ କରାଇଛନ୍ତି । ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ମଧ୍ୟରେ ତମ୍ବାଖୁ ବିକ୍ରି ବାରଣ ଥିବା ବେଳେ କିନ୍ତୁ ପ୍ରଶାସନ ଏହାକୁ ଭୁଲିଯାଇଛି । ଏହାର ଧରପଗଡ଼ ଆଦୌ ନ ଥିବାରୁ ଏହି ସବୁ ଦ୍ରବ୍ୟ ଦିନକୁଦିନ ବଢିବାରେ ଲାଗିଛି । ତେବେ ଯାହା ହେଉନା କାହିଁକି ଏହି ତମ୍ବାଖୁ ଜାତୀୟ ବ୍ୟବସାୟକୁ ରୋକ୍ ଲଗାଇବାକୁ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଅବକାରୀ ବିଭାଗ ଏବଂ ପୁଲିସ ଆନ୍ତରିକତା ଭାବେ ଚଢ଼ାଉ ଜାରି ରଖିଲେ ଏହି ବ୍ୟାପାର କିଛି ମାତ୍ରାରେ ହ୍ରାସ ପାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛନ୍ତି ।