‘ଟଙ୍କା ନୁହେଁ ରୋଜଗାର ଦରକାର’
ଖୋର୍ଦ୍ଧା, : ରାଜ୍ୟର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ନୁହେଁ ରୋଜଗାର ଦେବାକୁ ଏକ ପ୍ରସ୍ତାବ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଖୋର୍ଦ୍ଧା ବିକାଶ ମଞ୍ଚ ତରଫରୁ ସଭାପତି ଆଇନଜୀବୀ ନରେନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ସ୍ଥାନୀୟ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ବେଉରିଆ ଏହି ପତ୍ର ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ବର୍ତମାନ ସରକାରଙ୍କର ମହିଳାମାନଙ୍କ ଶସକ୍ତିକରଣ ପାଇଁ ଘୋଷଣା ହୋଇଥିବା ସୁଭଦ୍ରା ଯୋଜନା ନିଶ୍ଚିତ ଭାବରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାକୁ ଦୀର୍ଘମିଆଦି କରିବା ପାଇଁ ଏହାର ରୂପନ୍ତରୀକରଣ ହେବାର ଆବଶ୍ୟକତା ଅଛି । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଟଙ୍କା ନୁହେଁ ରୋଜଗାର ଦେବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ବିଗତ ସରକାରରେ ମହିଳାମାନେ କେବଳ ଟଙ୍କା ସୁଧ କାରବାର କରୁଥିଲା ବେଳେ ନୂଆ ସରକାରରେ ଅନେକ ମହିଳା କେବଳ ରୋଜଗାର ପାଇବା ପାଇଁ ଆଶା କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଞ୍ଚ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ସରକାର ମହିଳାମାନଙ୍କ ପାଇଁ ଏକ ଦୀର୍ଘ ମିଆଦି ଯୋଜନା ସ୍ୱରୂପ ରାଜ୍ୟରେ ଏକ ମହିଳା ଉଦ୍ୟୋଗ ସମବାୟ ସଂସ୍ଥା କରି ତା ମାଧ୍ୟମରେ ରାଜ୍ୟ ସରକାର ବିଭିନ୍ନ ଲାଭ ଜନକ ଶିଳ୍ପ, ଡ଼ାଇରୀ ଓ ଅମୁଲ୍ ଫାର୍ମ, ଗୋଟ୍ ଫାର୍ମ, ସୁରାଟ ଭଳି ସୁତା କମ୍ପାନୀ ଇତ୍ୟାଦି କରିପାରିବେ । ଏହି ସବୁ ସଂସ୍ଥାକୁ ରାଜ୍ୟ ସରକାରଙ୍କର ଦକ୍ଷ ଓ ସଚ୍ଚୋଟ ଅଧିକାରୀମାନେ ପରିଚାଳନା କରିବେ । ଏହାର ଲାଭାଂଶକୁ ସବୁ ମହିଳାମାନଙ୍କର ବ୍ୟାଙ୍କ ଜମାଖାତା ମାଧ୍ୟମରେ ପ୍ରଦାନ କରାଯିବ । ଯଦି ଓଡ଼ିଶାରେ କେବଳ ଡ଼ାଏରୀ ଫାର୍ମ ହୋଇ ପାରିବ ତେବେ ୩୦ ଜିଲ୍ଲାରେ ୩୦ ଗୋଟି ଅମୁଲ୍ କମ୍ପାନୀ ମଧ୍ୟ ସୃଷ୍ଟି ହେବ । ଏଥି ସହିତ କ୍ଷୀର, ଘିଅ, ଦହି ଇତ୍ୟାଦି ଓମ୍ଫେଡ଼୍ ଭଳି ବିକ୍ରି ହେବା ସଙ୍ଗେ ସଙ୍ଗେ ·ଷ ପାଇଁ ପର୍ଯ୍ୟାପ୍ତ ଖତ ଓ ଗୋବରଗ୍ୟାସ ମିଳିବ, ·ଷୀମାନେ ଘାସ ·ଷ କରିବେ, ଦାନା କାରଖାନା ପାଇଁ ମକା ·ଷ କରିବେ । ପ୍ରତି ପଞ୍ଚାୟତରେ ଗୋଟେ ଗୋଟେ ଦାନା କାରଖାନା ସୃଷ୍ଟି ହୋଇପାରିବ । ଶେଷରେ ୩୦ ଟା ଜିଲ୍ଲାରେ ୩୦ଗୋଟି ଅମୁଲ କାରଖାନା ହେବାର ସୁଯୋଗ ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପୃଷ୍ଟିଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିକୁଞ୍ଜ ପଟ୍ଟନାୟକ, ବିପ୍ର ବେହେରା,ବଦି୍ରନାରାୟଣ ଦାଶ, ପବିତ୍ର ନାୟକ, ବିମଳ ସାମନ୍ତରାୟ, ଶିକ୍ଷାବିତ୍ ଡ଼. ବୃନ୍ଦାବନ ପଣ୍ଡା, ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଆଇଜୀବି ବିକ୍ରମ ଚମ୍ପତି, ବିକାଶ ମଂଚର ମାମାନୀ ସାହାଣୀ ଓ ଅନ୍ୟ ସଭ୍ୟ ସଭ୍ୟାମାନେ ତଥା ଖୋର୍ଦ୍ଧାର ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ ।