ସ୍ପେଶାଲ କ୍ରାଇମ ୟୁନିଟ୍ ଜାଲରେ ୫ ଗଞ୍ଜେଇ ମାଫିଆ

ସ୍ପେଶାଲ କ୍ରାଇମ ୟୁନିଟ୍ ଜାଲରେ ୫ ଗଞ୍ଜେଇ ମାଫିଆ
ସ୍ପେଶାଲ କ୍ରାଇମ ୟୁନିଟ୍ ଜାଲରେ ୫ ଗଞ୍ଜେଇ ମାଫିଆ

  • ଭୁବନେଶ୍ୱର,୩୧ ।୮ : କନ୍ଧମାଳରୁ ଲଗାତାର ଭାବେ ୧୦ ଥର ଗଞ୍ଜେଇ ଆଣି କଲିକତା ଚାଲାଣ କରୁଥିବା ପୁଷ୍ପକ ଶ୍ରୀଚନ୍ଦନ ଗ୍ୟାଙ୍ଗ୍କୁ ୧୧ ଥର ଚାଲାଣ ବେଳେ ଲକ୍ଷ୍ମୀସାଗର ବମିଖାଲରୁ ଧରିଛି କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଟିମ୍ । ଏମାନଙ୍କୁ ଧରାଇଦେଲା ସେମାନଙ୍କ ରିଲସ ନିଶା । ଗଞ୍ଜେଇ ଟଙ୍କାରେ ବାହାରୁ ଯୁବତୀ ଆଣି ହୋଟେଲରେ ମସ୍ତି କରିବା ସହ ବିଭିନ୍ନ ସ୍ଥାନ ବୁଲି କରୁଥିଲେ ରିଲସ । ଏହି ରିଲସ ନିଶା ବେଳେ ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନ ସହ ତାର ୪ ଜଣ ସହଯୋଗୀକୁ ଗତକାଲି ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଅପରେସନ୍ ନାଇଟ୍ ହକ୍ ଜରିଆରେ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦୁଇଟି ଦାମି କାର ଯାହାର ଦାମ ରହିଛି ୪୦ ଲକ୍ଷ ଟଙ୍କା ଓ କାର ଭିତରୁ ୧୩୦ କେଜି ଗଞ୍ଜେଇ ଜବତ କରାଯାଇଛି । ଏମାନଙ୍କ ଭିତରୁ ଦୁଇ ଜଣ ପଶ୍ଚିମମବଙ୍ଗର ବୋଲି ଜଣାପଡ଼ିଛି । ଗିରଫ ୫ ଅଭିଯୁକ୍ତ ହେଲେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆର ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନ ଓରଫ ଜିତୁ, ଜଙ୍କିଆର ମିଲନ ନାୟକ ଓରଫ ଲିପୁ, ଜାଜପୁର ଜିଲ୍ଲାର ଏସକେ ଜମିରୁହ୍ଲା, ପଶ୍ଚିମବଙ୍ଗର ଆଜମିର ସେଇଖା ଓ ଏସକେ ସମିର । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ସହ କନ୍ଧମାଳ ଓ ପଶ୍ଚିମବଙ୍ଗର କେଉଁ ମାଫିଅମାନେ ଲିଙ୍କରେ ରହିଛନ୍ତି ତାହାର ତଦନ୍ତ ପାଇଁ ସମସ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
     ସୂଚନା ଯୋଗ୍ୟଯେ, ଗତ ୩ ମାସ ହେବ ମାଷ୍ଟର ମାଇଣ୍ଡ ପୁଷ୍ପକ ଶ୍ରୀଚନ୍ଦନ ଜଣେ ବିଟେକ୍ ଷ୍ଟୁଡେଣ୍ଟ ହୋଇଥିବା ବେଳେ, ସେ ରାତାରାତି କୋଟିପତି ହେବାର ଆଶା ନେଇ ପଶ୍ଚିମବଙ୍ଗ, କନ୍ଧମାଳର ଗଞ୍ଜେଇ ମାଫିଆ ଓ ଡ଼ିଲରଙ୍କ ସହ ଯୋଗାଯୋଗ ରଖି ତାର ସହଯୋଗୀଙ୍କ ସହ ମିଶି ଓ କିଛି ଯୁବତୀଙ୍କ ଜରିଆରେ କନ୍ଧମାଳ ଫିରିଙ୍ଗିଆ ଓ ବାଲିଗୁଡ଼ାରୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଭୁବନେଶ୍ୱର ଆଣୁଥିଲା । ଏହି ଭିତରେ ସେମାନେ ପୁଲିସ ଦ୍ୱାରା ଧରାହେବା ଭୟରେ ପ୍ରଥମେ ଖୋଦ୍ଧା ତାପଙ୍ଗ ମୁଣ୍ଡିଆରେ ଗଞ୍ଜେଇକୁ ଲୁଚାଇ ରଖୁଥିଲେ । ସେଠାରୁ ପୁଲିସ ପୁଲିସକୁ ଚକମା ଦେଇ ବିଭିନ୍ନ ଦାମି କାରରେ ଲକ୍ଷ୍ମୀସାଗର ବମିଖାଲ ଅଞ୍ଚଳରେ ଘରଭଡ଼ା ନେଇ ସେଠାରେ ମଧ୍ୟ ଡ଼ିପୋ କରି ସେଠାରୁ ବିଭିନ୍ନ ତରିକା ଆପଣାଇ ଟ୍ରେନ୍, ବସ ସହ ନିଜେ ମଧ୍ୟ କଲିକତା ଯାଇ ବେପାରୀଙ୍କୁ ଯୋଗାଉଥିଲେ । ଏଭଳି ଗତ ୩ ମାସ ଭିତରେ ୧୦ ଥର ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବିକ୍ରି କରି ମାଲାମାଲ ହୋଇଥିଲେ । ଏହି ଟଙ୍କାରେ ସମସ୍ତେ କଲିକତାରୁ ଯୁବତୀଙ୍କୁ ଭଡ଼ାରେ ଆଣି ହୋଟେଲରେ ରଖି ମସ୍ତି କରିବା ସହ ସେମାନଙ୍କୁ କାରରେ ବିଭିନ୍ନ ସ୍ଥାନ ବୁଲାଇ ରିଲସ କରି ବିନଦାସରେ ବୁଲୁଥିଲେ । ହେଲେ କଥାରେ ଅଛି ସବୁବେଳେ ଚୋର ଘର ଅନ୍ଧାର ନଥାଏ ଭଳି ପୁଣି ଏମାନେ ଗତକାଲି ବିଳମ୍ବିତ ରାତିରେ କନ୍ଧମାଳରୁ ସିଧା ଗଞ୍ଜେଇ ଆଣି ପ୍ର୍ରଥମେ ଖୋର୍ଦ୍ଧା ତାପଙ୍ଗ ମୁଣ୍ଡିଆ ତା ପରେ ସୁଯୋଗ ଦେଖି ୨ଟି କାରରେ ଲକ୍ଷ୍ମୀସାଗର ବମିଖାଲ ଘରକୁ ଆସୁଥିଲେ । ଏହି ଖବର ସ୍ପେଶାଲ କ୍ରାଇମ୍ ୟୁନିଟ୍ ମୁଖିଆ ସଞ୍ଜୀବ ସତପଥୀ ଜାଣିବାକୁ ପାଇ ଟିମ ସହ ଆରମ୍ଭ କରିଥିଲେ ଅପରେସନ୍ । ପରେ ୨ଟି ଟିମ ବମିଖାଲରେ ଆଗରୁ ପଛରୁ ଚଢ଼ାଉ କରି ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ପରେ ଜଣାପଡ଼ିଥିଲା ଏମାନଙ୍କ କଳାକାରନାମା । ସେହିଭଳି ବର୍ଷକ ମଧ୍ୟରେ ଭୁବନେଶ୍ୱର ୟୁପିଡିରେ ୮୫ଟି ମାମଲା ରୁଜୁ ହେବା ସହ ୫୮୪ କିଲୋ ଗଞ୍ଜେଇ, ୫୬୮ ଗ୍ରାମ ବ୍ରାଉନସୁଗାର, ଜବତ ସହ ୧୫୯ ଜଣ ଗିରଫ ହୋଇଛନ୍ତି ଏବଂ ୪୦ଟି ଗାଡି ଜବତ କରିଛି କମିଶନରେଟ୍ ପୁଲିସ ।