ବେପାରୀ ଗିରଫ ; ୧୧୨ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୨୭ା୪ : ବାଇକରେ ଆସି ଖଣ୍ଡଗିରି ଥାନା ଅଧିନ ବର ବାରୀରେ କିଛି ଅଟୋ ଚାଳକଙ୍କୁ ଧଳାଜହର ବିକ୍ରି ବେଳେ ନିଶା ବେପାରୀକୁ ମାଡି ବସିଲା ଅବକାରୀ ପାଟ୍ରୋଲିଂ ଟିମ । ତଲାସି ବେଳେ ତାଠାରୁ ୧୧୨ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ବରବାରୀ ବସ୍ତିର ଶୁଶାନ୍ତ ମାନସିଂହ । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ସକାଳୁ ଭୁବନେଶ୍ୱର ଅବକାରୀ ଟିମ ଖଣ୍ଡଗିରି ଅଞ୍ଚଳରେ ପାଟ୍ରୋଲିଂ ଚଳାଇଥିବା ବେଳେ ଯାଣିବାକୁ ପାଇଥିଲେ ଜେଣ ବେପାରୀ ବାଇକରେ ଆସି ଜାଗମରା ବରବାରୀ ବସ୍ତିରେ ଧଳାଜହର ବିକ୍ରି କରୁଛି । ଖବର ପାଇ ଟିମ ଅଚାନକ ଚଢ଼ାଉ କରି ଅଭିଯୁକ୍ତକୁ କାବୁ କରିବା ସହ ତାଠାରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ପରେ ତାକୁ ଗିରଫ କରାଯାଇ ଥାନାକୁ ନେବା ସହ ଆଜି କୋର୍ଟ ଚାଲାଣ କରାଯାଇଛି ।