ସ୍ୱଚ୍ଛତା ସର୍ବେକ୍ଷଣ କାର୍ଯ୍ୟକ୍ରମ
ଜୟପୁର : ଜୟପୁର ପୌର କାର୍ଯନିର୍ବାହୀ ଅଧିକାରୀ ଏ ଶସ୍ୟା ରେଡିଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛଢ ଭାରତ ମିଶନ ଯୋଜନାରେ ସ୍ୱଚ୍ଛ ସର୍ବ?କ୍ଷଣ କାର୍ଯ୍ୟକ୍ରମ ଜରିଆରେ ସମୂହ ସଫେଇ କାର୍ଯ୍ୟକ୍ରମ ସ୍ଥାନୀୟ ଗାନ୍ଧୀ ଛକ କେନାଲ ଠାରୁ ଚମ୍ପାକୁପୁଲି ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୌରର ସହ କାର୍ଯନିର୍ବାହୀ ଅଧିକାରୀ ପୀତବାସ ସାହୁ, ପୌର ଯନ୍ତ୍ରି ଆଚାର୍ଯ୍ୟଙ୍କ ସହ ସାଧାରଣ ଜନତା,ଏନସିସି କେଡେଟ, ଘୋରୋଇ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ପୌର ସଫେଇ କର୍ମଚାରୀ ମାନେ ମିଳିତ ଭାବେ ସଫେଇରେ ସାମିଲ ହୋଇଥିଲେ ।