ଜିଲ୍ଲାପାଳଙ୍କ ଖଡିଆଳ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ନୂଆପଡା: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ  ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ପ୍ରବେଶବେଳେ କର୍ମଚାରୀ ମୋବାଇଲ୍ ଦେଖିବା ନେଇ ବିରକ୍ତ ହୋଇଥିବା ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ପ୍ରକାଶ କରିଛନ୍ତି । ଖଡିଆଳ ଉପଖଣ୍ଡ ନବଜାତ ଶିଶୁ ଯନô କେନ୍ଦ୍ର ଓଡ଼ିଶାର ପ୍ରଥମ ସଫଳ କେନ୍ଦ୍ର ରୂପେ ମାନ୍ୟତା ପାଇଥିବା ବେଳେ ଏହି କେନ୍ଦ୍ର ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି । ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ଭଣ୍ଡାର ଓ ଅଟ୍ରାସାଉଣ୍ଡ  ଯନ୍ତ୍ର କାର୍ଯ୍ୟକ୍ଷମ ନେଇ ସାମ୍ବାଦିକ ତପନ ଦାଶ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ଅଟ୍ରାସାଉଣ୍ଡ  ଯନ୍ତ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବାବେଳେ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ରକ୍ତ ଭଣ୍ଡାର ଖୋଲିବା ନେଇ ଦାବିକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଧରଣୀଧର ସେନାପତି ଲେଖା ପ୍ରସ୍ତୁତ କରି ତୁରନ୍ତ ସରକାରଙ୍କ ସ୍ୱୀକୃତି ପାଇଁ ସୁପାରିସ କରିବାକୁ ଜିଲ୍ଲାପାଳ ଆଲୋଚନା କରିଛନ୍ତି ।