ପଚାସଢା ମାଛ ବିକ୍ରି ଉପରେ ଦୃଷ୍ଟି ଦେବାକୁ ଦାବି

 ଆନନ୍ଦପୁର: ଆନନ୍ଦପୁରରେ ହଇଜାର ପ୍ରକୋପ ଦିନକୁ ଦିନ ଉଦବେଗ ଜନକ ଭାବେ ବ୍ୟାପିବାରେ ଲାଗିଛି । ହଇଜାର ସ୍ଥିତି ବର୍ତ୍ତମାନ ପ୍ରଶାସନର ନିଦ ହଜାଇ ଦେଇଥିବା ବେଳେ ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀ ଗତ ୧୫ ତାରିଖ ଦିନ ଆନନ୍ଦପୁର ମୁଖ୍ୟ ଚିକସôାଳୟରେ ପହଞ୍ଚି ରୋଗୀ ମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଚିକିସôାଳୟ ସଭା ଗୃହରେ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ, ଙ୍କ ସମେତ ଉପଖଣ୍ଡ ର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ହଇଜାକୁ କିପରି ରୋକା ଯାଇପାରିବ ସେନେଇ ଗୁରୁତ୍ୱପୂର୍ଣ ଆଲୋଚନା କରିଥିଲେ । ସେହିପରି ଦୂଷିତ ପାଣି ଏବଂ ବାସୀ ପଚାସଢା ଖାଦ୍ୟ ଯେପରି ବିକ୍ରି ନହୁଏ ସେଥିପ୍ରତି ସତର୍କ କରାଇ ଦେଇଥିଲେ । ମାତ୍ର ଏବେ ଲାଗୁଛି ସ୍ୱାସ୍ଥ୍ୟନ୍ତ୍ରୀଙ୍କ ବୈଠକ କେବଳ ବୈଠକରେ ରହିଗଲା ଭଳି ମନେହେଉଛି । ବାସ୍ତବରେ ଆନନ୍ଦପୁର ର ନା କେଉଁ ହୋଟେଲ ବା ଜଳଖିଆ ଦୋକାନ ଉପରେ ଚଢ଼ାଉ ହେଉଛି ନା ମାଛ ଗୋଦାମ ହେଉ କିମ୍ୱା ଖୁଚୁରା ମାଛ ଦୋକାନୀ ହେଉ କେଉଁଠି ବି ଚଢ଼ାଉ ହେଉନାହିଁ । ଯଦ୍ୱାରାକି ପଚାଶଢା ମାଛ ଖାଇ ଲୋକେ ପୁଣି ହଇଜା  ରୋଗରେ ଆକ୍ରାନ୍ତ ହେବାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ପ୍ରଶାସନ ଲୋକଙ୍କ ହିତ ପାଇଁ କଠୋର ହୋଇ ଆମିଷ ବିକ୍ରି ହେଉଥିବା ସ୍ଥାନରେ ମାନ ଯାଞ୍ଚ କରିବା ସହିତ ବିଭିନ୍ନ ହୋଟେଲ ଏବଂ ଜଳଖିଆ ବିକ୍ରି ଦୋକାନ ଏବଂ ପରିବା ବିକ୍ରି ବଜାର ଉପରେ ଚଢ଼ାଉ କରିବାକୁ ସାଧାରରରେ ଦାବି ହେଉଛି ।