ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର କର୍ମକର୍ତ୍ତା ନିର୍ବାଚନ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର:  ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ବିଜୟ କୁମାର ଦାସ, ମୁଖ୍ୟ ସଂଯୋଜକ ଭାବେ ଚିନ୍ତାମଣି ପାଢ଼ୀ, କାର୍ଯ୍ୟକାରୀ ସଭାପତି ଭାବେ ବିଏସକେ ସାମଲ, ଉପସଭାପତିଭାବେ ଦେବଦତ ରାୟ, ଦୀପକ କୁମାର ପରିଡା, ସମ୍ପାଦକ ଭାବେ ଶିଶିର କୁମାର ରାଉତ, ସହ ସମ୍ପାଦକ ଭାବେ ଭରତ ଚନ୍ଦ୍ର ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଭାବେ ପ୍ରଣବେନ୍ଦୁ ଜେନା, କୋଷାଧ୍ୟାକ୍ଷ ଭାବେ ଜିତେନ୍ଦ୍ର କୁମାର ରାଉତଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପରମେଶ୍ୱର ଜେନା, କାମଦେବ ନାୟକ, ଅଶୋକ ଦାସ, ପ୍ରକାଶ ଚକ୍ର, ନିରଞ୍ଜନ ମହାଳିକ, ଦୁର୍ବାଦଳ ବସୁ, ଶଙ୍କର୍ଷଣ ରାଉତ, ଆଶୁତୋଷ ମିଶ୍ର, ବିଭୁତି ରଞ୍ଜନ ବିଶ୍ୱାଳ, ସଞ୍ଜୟ ମହାନ୍ତି, ଚିତ୍ରସେନ ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଷ୍ଟାଡିୟମ ନିର୍ମାଣ ସଂକ୍ରାନ୍ତରେ ବିଧାୟକ ଆକାଶ ଦାସ ନାୟକ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା । ବୈଠକରେ ବରିଷ୍ଠ ସଦସ୍ୟ ଅଜୟ କୁମାର ଷଡ଼ଙ୍ଗୀ, ବିଷ୍ଣୁ ଚରଣ ବିଶ୍ୱାଳ, ଏସ ଆର ତ୍ରିପାଠୀ, ତଥାଗତ ବାଇ, ଗଣେଶ୍ୱର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିବା ବେଳେ ରେଳବାଇ ଅଧିକାରୀ ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।