ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଷ୍ଟାଡିୟମ ସଭାଗୃହରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ୨୪ଟି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ୱେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଯୁବ ଶିବିରରେ ମୁଖ୍ୟଅତିଥି ଭାବେ ସାରସକଣା ବିଧାୟକ ଭାଦାବ ହାଁସଦା ଯୋଗ ଦେଇଥିବାବେଳେ ସ୍ୱତନ୍ତ୍ର ଅତିଥି ଭାବେ ବାଙ୍ଗିରିପୋଷି ଯୁବ ବିଧାୟିକା ସଞ୍ଜଲି ମୁର୍ମୁ ଯୋଗ ଦେଇଥିଲେ । ସେହିପରି କାର୍ଯ୍ୟକ୍ରମ ପ୍ରଥମ ଅଧିବେଶନରେ ସଂଗଠନର କାର୍ଯ୍ୟକାରୀ ସଭାପତି ସମରେନ୍ଦ୍ର ବସା ସଭାପତିତ୍ୱ କରିଥିବାବେଳେ ମୁଖ୍ୟବକ୍ତା ଭାବେ ଯୁବ ପ୍ରତିଭା ଅଜିତ ମହାଳିକ, ଶିକ୍ଷାବିତ ଅମିତାଭ ମିଶ୍ର, ପତଞ୍ଜଳି ନନ୍ଦ, ବିବେକାନନ୍ଦ ପଟ୍ଟନାୟକ, ସମ୍ପାଦକ ଅଶୋକ ପୃଷ୍ଟି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ସେହିପରି ଦ୍ୱିତୀୟ ଅଧିବେଶନରେ ସଭାପତି କୁଞ୍ଜବିହାରୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦୁଇ ସ୍ୱତନ୍ତ୍ର ଅତିଥିଙ୍କ ସହିତ ମୁଖ୍ୟବକ୍ତା ଭାବେ ପ୍ରଫେସର ଡ଼ ସରୋଜ କୁମାର ନାୟକ, ଏନୱାଇପି ଜିଲ୍ଲା ସଂଯୋଜକ ମଳୟ ନାୟକ, କନିକା ବୋଷ,ପ୍ରଣତି ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଥମେ ତାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରି, ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିପରି ସ୍ୱାଗତ ସଙ୍ଗୀତ ମାଧ୍ୟମରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା । ଜାତୀୟ ଯୁବ ପ୍ରକଳ୍ପ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ଦିବସ ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧୀନରେ ରହିଥିବା ୨୪ଗୋଟି ମହାବିଦ୍ୟାଳୟର ଜଣେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଛାତ୍ରୀ ଓ ଜଣେ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଛାତ୍ରଙ୍କ ସହିତ ମୋଟ ୪୮ଜଣ ଶ୍ରେଷ୍ଠ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସଙ୍ଗଠନର ୨୫ଜଣ ସକ୍ରିୟ ସଦସ୍ୟଙ୍କ ସହ ଶ୍ରେଷ୍ଠ ମାର୍ଗଦର୍ଶକ ଭାବେ ସମାଜସେବୀ ପ୍ରଣତି ଦାସ, ବିବେକାନନ୍ଦ ପଟ୍ଟନାୟକ, ରବୀନ୍ଦ୍ର କୁମାର ମହାନ୍ତି, ପତଞ୍ଜଳି ନନ୍ଦ, କନିକା ବୋଷ, ମାନସ ପୃଷ୍ଟି, ଦୀପକ କୁମାର ସେଠି ତଥା ଅଜିତ ମହାଳିକଙ୍କୁ ଉତ୍ତରୀୟ ମାନପତ୍ର ସହ ଶ୍ରେଷ୍ଠତ୍ୱର ମେଡାଲ ପ୍ରଦାନ କରିଥିଲେ ବିଧାୟକ ଭାଦବ ହାଁସଦା ଓ ଯୁବ ବିଧାୟିକା ସଞ୍ଜଲି ମୁର୍ମୁ । ଏହି ଅବସରରେ ସରକାରୀ ମହିଳା ମହାବିଦ୍ୟାଳୟ, ଶ୍ରୀମା ମହିଳା ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ କଲେଜର ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସୁନ୍ଦର ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସମ୍ପାଦକ ଅଶ୍ୱନୀ କୁମାର ମହାନ୍ତ, ଅଭିଷେକ ପାତ୍ର, ସୁନୀଲ ଦେହୁରୀ, ବାସୁଦେବ ପାତ୍ର, ରୁପାଲୀ ହାତୀ, ସାବିତ୍ରୀ ବେହେରା, ମିନାକ୍ଷୀ ମହାନ୍ତ, ରୀନା ମୁର୍ମୁ, ପୁଣଗି ହେମ୍ବ୍ରମ, ସ୍ୱାଧୀନ ପରିଡା, ଶିବ ନାରାୟଣ ପରିଡା, ଲମ୍ବୋଦର ନାଏକ, ମଧୁସ୍ମିତା ପାଣି, ପୂଜା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।