ସଡ଼କ ସୁରକ୍ଷା ସପ୍ତାହ ପାଇଁ ସ୍ଲୋଗାନ୍ ପ୍ରତିଯୋଗିତା
ବାଲେଶ୍ୱର: ଆସନ୍ତା ଜାନୁଆରୀ ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ-୨୦୨୫ ପାଳନ କରାଯିବ । ଏ ନେଇ ରାଜ୍ୟ ସରକାରଙ୍କର ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ଏକ ସ୍ଲୋଗାନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏକ ଉପଯୁକ୍ତ ସ୍ଲୋଗାନ୍ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଲେଖି ଜାନୁଆରୀ ୧ ତାରିଖ ସକାଳ ୧୦ ଘଟିକାରୁ ୩ ତାରିଖ ସନ୍ଧ୍ୟା ଘ୫.୩୦ ପର୍ଯ୍ୟନ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ଥାପିତ ବାକ୍ସରେ ପକାଇ ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବାଲେଶ୍ୱର ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି । ଶ୍ରେଷ୍ଠ ବିବେଚିତ ୩ ଗୋଟି ସ୍ଲୋଗାନକୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରାଯିବ । ପୁରସ୍କାର ବାବଦକୁ ପ୍ରଥମ ବିଜେତାକୁ ୩୦୦୦ ଟଙ୍କା, ଦ୍ୱିତୀୟ ୨୦୦୦ ଟଙ୍କା ଓ ତୃତୀୟ ୧୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏଥିସହିତ ଜିଲ୍ଲାର ଶ୍ରେଷ୍ଠ ୩ଟି ସ୍ଲୋଗାନ୍ ରାଜ୍ୟସ୍ତରୀୟ ସ୍ଲୋଗାନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ନିମନ୍ତେ ପଠାଯିବ ।