ହଇଜା ନିରାକରଣ ପାଇଁ ପ୍ରସ୍ତୁତି 

 ପାରାଦୀପ : ରାଜ୍ୟରେ  ଗୋଟିକ ପରେ ଗୋଟିଏ ଜିଲ୍ଲାକୁ ହଇଜା, ଡାଇରିଅ ବ୍ୟାପିବାରେ ଲାଗିଛ । ଏହାକୁ ଦୃଷ୍ଟିରେ ରଖି ପାରାଦୀପ ମୁନିସିପାଲିଟି ପକ୍ଷରୁ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛ । ବୁଧବାର ଅପରାହ୍ଣରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଅଠରବାଙ୍କି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବି.କେ.ରାଉତ, ପାରାଦୀପ ବନ୍ଦର ପିଏଚଡ଼ି ନିର୍ବାହୀ ଯନ୍ତ୍ରୀ କୁଳମଣି ବେହେରା, ପିଏଚଓ ଅଧିକାରୀ ଡା. ପାର୍ଥସାରଥୀ ରାୟ, ମୁନିସିପାଲିଟି ସହକାରୀ ଯନ୍ତ୍ରୀ ମାନସ ମୁର୍ମୁଙ୍କ ସମେତ ମୁନିସିପାଲିଟିର ଅନ୍ୟ କର୍ମଚାରୀ  ମାନେ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକରେ ହଇଜାର ନିରାକରଣ ପାଇଁ ସମସ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।