ହଜିଥିବା ହାର ଫେରାଇଲେ ଦୋକାନୀ
ବରୀ : ଲେଡ଼ିଜ କର୍ଣ୍ଣରରୁ କିଛି ସାମଗ୍ରୀ କଣି ଫେରିବା ପରେ ଜନୈକା ମହିଳା ସେ ପିନ୍ଧିଥିବା ସୁନା ହାରଟି ନଥିବାର ଦେଖିଥିଲେ । ଦୋକାନକୁ ଯାଇଥିବା ସ୍ୱାମୀ-ସ୍ତ୍ରୀ ହାରକୁ ଖୋଜି ନିରାଶ ହେବା ପରେ ଲେଡ଼ିଜ କର୍ଣ୍ଣରରେ ଯାଇ ପହଁଚିଥିଲେ । ମାଲିକଙ୍କୁ ସୁନା ହାର ସଂପର୍କରେ ଜଣାଇବା ପରେ ମାଲିକ ଧନେଶ୍ୱର ପୋଥାଳ ପାଇଥିବା କଥା ଜଣାଇଥିଲେ । ମାଲିକଙ୍କ ଠାରୁ ଏତକ ଶୁଣିବାପରେ ମହିଳା ଜଣଙ୍କ ଆସ୍ୱସ୍ଥ ହୋଇଥିଲେ । ବରୀ ବ୍ଲକର ବାଲିଆପାଳ ଛକରେ ଥିବା ଗାୟତ୍ରୀ ଲେଡ଼ିଜ କର୍ଣ୍ଣର ମାଲିକ ମହିଳାଙ୍କୁ ହାର ପାଇ ଫେରାଇଥିଲେ । ହାର ପାଇବା ପରେ ମହିଳା ଜଣଙ୍କ ଦୋକାନୀଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଥିଲେ । ଗତକିଛି ଦିନ ପୂର୍ବରୁ ଲେଜିଜ କର୍ଣ୍ଣର ମାଲିକ ଧନେଶ୍ୱର ମନିପର୍ସ ଥିବା ୨୦ ହଜାର ଟଙ୍କା ହଜାଇଥିବା ଲୋକକୁ ଫେରାଇଥିଲେ ।