ହତ୍ୟା ଅଭିଯୋଗ : ସ୍ତ୍ରୀ ମୃତଦେହ ହସ୍ପିଟାଲରେ ଛାଡ଼ି ସ୍ବାମୀ ଫେରାର

ମୃତଦେହ ଛାଡି  ସ୍ବାମୀ ପଳାଇଲା  ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ । ଏପରି ଏକ ଅଭାବନୀୟ ଖବର ଆସିଛି । ମୃତକ ହେଉଛନ୍ତି ନନ୍ଦିତା ବେହେରା । ସ୍ତ୍ରୀର ତଣ୍ଟିଚିପି ହତ୍ୟା ପରେ ସ୍ବାମୀ ଗୁପ୍ତେଶ୍ବର ବେହେରା ମୃତଦେହକୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ଆଉ ସେଠାରେ ମୃତଦେହକୁ ଛାଡି ପଳାଇଥିବା ଅଭିଯୋଗ ହୋଇଛି ।  mଗତରାତିରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।